କୋଲକାତା: ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗାନା ଜିଲ୍ଲାରେ ଆଜି (ସୋମବାର) ଅପରାହ୍ନରେ ଅଜ୍ଞାତ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ଗୁରୁତର ଭାବେ ଆହତ ହୋଇଛନ୍ତି।
ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଦକ୍ଷିଣ ୨୪ ପରଗାନା ଜିଲ୍ଲାର ବିଷ୍ଣୁପୁର ଅଞ୍ଚଳରେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ଏକ ୟୁନିଟର ଉପାଧ୍ୟକ୍ଷା ରାଧାରାଣୀ ନାସକର ତାଙ୍କର ରଘୁଦେବପୁର ଗ୍ରାମରେ ଥିବା ଘର ସମ୍ମୁଖରେ ବସିଥିବା ବେଳେ କେତେକ ଅଜ୍ଞାତ ବନ୍ଧୁକଧାରୀ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଏହି ଗୁଳିମାଡ଼ ଘଟଣାରେ ଗୁରୁତର ହୋଇ ପଡ଼ିଥିବା ବିଜେପି ମହିଳା ନେତ୍ରୀଙ୍କୁ ଚିକିତ୍ସା ପାଇଁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପଶ୍ଚିମବଙ୍ଗ ବିଜେପି ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଏହି ଘଟଣାକୁ କେନ୍ଦ୍ରକରି ଏବେ ପଶ୍ଚିମବଙ୍ଗରେ ବିଜେପି ଓ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ ଅଭିଯୋଗ କରିଛନ୍ତି ଯେ ଶାସକ ତୃଣମୂଳ କଂଗ୍ରେସ ମହିଳା ମୋର୍ଚ୍ଚା ନେତ୍ରୀ ରାଧାରାଣୀଙ୍କ ସ୍ୱରକୁ ନିରବ କରିବାକୁ ଚାହୁଁଥିବାରୁ ଏହି ଘଟଣା ଘଟାଇଛି। ତେବେ, ତୃଣମୂଳ କଂଗ୍ରେସ ଏହି ଅଭିଯୋଗକୁ ଅସ୍ୱୀକାର କରି ଏହା ବିଜେପିର ଗୋଷ୍ଠୀ ବିବାଦର ଫଳାଫଳ ବୋଲି ଅଭିଯୋଗ କରିଛ। ପୁଲିସ୍ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କାହାରିକି ଗିରଫ କରା ଯାଇପାରି ନାହିଁ।
ପଶ୍ଚିମବଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ଉପାଧ୍ୟକ୍ଷାଙ୍କ ଉପରକୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
/sambad/media/post_attachments/wp-content/uploads/2020/09/BJP-woman-leader.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)