ପ୍ରତ୍ୟେକ ବୁଥ୍‌ରେ ମହିଳା ବ୍ରିଗେଡ୍‌ ରଖିବ ଭାରତୀୟ ଜନତା ପାର୍ଟି

ଲକ୍ଷ୍ନୌ: ଭାରତୀୟ ଜନତା ପାର୍ଟି (ଭାଜପା) ଏବେ ପ୍ରତ୍ୟେକ ବୁଥ୍‌ରେ ନିଜର ମହିଳା ବ୍ରିଗେଡ୍‌ ରଖିବାକୁ ପ୍ରସ୍ତୁତ ହେଉଛି। ଯୋଜନା ଅନୁଯାୟୀ ଏହି ମହିଳା ବ୍ରିଗେଡ୍‌ ନିଜ ନିଜ ଅଞ୍ଚଳର ମହିଳାମାନଙ୍କୁ ବୁଥ୍‌ ଯାଏଁ ଆଣିବେ। ଏମାନଙ୍କୁ ଲୋକସଭା ନିର୍ବାଚନରେ ଅଧିକ ସଂଖ୍ୟାରେ ଉପଯୋଗ କରାଯିବ ବୋଲି ଜଣାଯାଇଛି। ଏହାକୁ ଆଖି ଆଗରେ ରଖି ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଉତ୍ତରପ୍ରଦେଶର ସମସ୍ତ ୮୦ଟି ଲୋକସଭା ଆସନ ପାଇଁ ମହିଳା ବ୍ରିଗେଡ୍‌ ଗଠନ କରାଯିବ ବୋଲି ସୂଚନା ମିଳିଛି।

ଭାଜପା ମହିଳା ମୋର୍ଚ୍ଚା ପ୍ରାୟ ୧.୬୩ ଲକ୍ଷ ବୁଥ୍‌ରେ ପ୍ରତି ବୁଥ୍‌ରେ ୨ ରୁ ୫ ଜଣ ମହିଳାଙ୍କୁ ଦାୟିତ୍ୱ ଦେବ। ଏଥିପାଇଁ ମହିଳା କାର୍ଯ୍ୟକର୍ତ୍ତାମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦେବ ଭାରତୀୟ ଜନତା ପାର୍ଟି। ଏବେ ଦଳ ପକ୍ଷରୁ ୫୦୦୦ ମହିଳା କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଘର ଘର ବୁଲି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସଫଳତା ବଖାଣିବାକୁ ଦାୟିତ୍ୱ ଦିଆଯାଇଛି। ଭାଜପା ମହିଳା ମୋର୍ଚ୍ଚାର ପ୍ରଦେଶ ସଫଳତା ବଖାଣିବାକୁ ଦାୟିତ୍ୱ ଦିଆଯାଇଛି। ଭାଜପା ମହିଳା ମୋର୍ଚ୍ଚାର ପ୍ରଦେଶ ଅଧ୍ୟକ୍ଷ ଦର୍ଶନା ସିଂହ କହିଛନ୍ତି ଯେ ଏଥର ଉତ୍ତର ପ୍ରଦେଶର ଦଳ ୭୫ ଟି ଆସନ ଜିତିବ।

ସମ୍ବନ୍ଧିତ ଖବର