ଗୁଜରାଟରେ ବିଜେପି ୮୩, କଂଗ୍ରେସ ୫୮ ଆସନରେ ବିଜୟୀ

ଭୁବନେଶ୍ୱର : ଗୁଜରାଟରେ ଲଗାତର ୬ଷ୍ଠ ଥର ପାଇଁ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛି। ସେହିପରି ହିମାଚଳ ପ୍ରଦେଶକୁ କଂଗ୍ରେସ ହାତରୁ ଛଡ଼ାଇ ଆଣି ସେଠାରେ ମଧ୍ୟ ବିଜେପି ସରକାର ଗଠନ କରିବାକୁ ଯାଉଛି। ଆଜି ଭୋଟ୍‌ ଗଣତି ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି।

ଆଜି ସକାଳେ ଆରମ୍ଭ ହୋଇଥିିବା ଭୋଟ୍‌ ଗଣତିର ଫଳାଫଳରୁ ଜଣାଯାଇଛି ଯେ ଉଭୟ ଗୁଜରାଟ୍‌ ଓ ହିମାଚଳ ପ୍ରଦେଶରେ ବିଜେପି ସରକାର ଗଠନ କରି ମୋଦିଙ୍କ କଂଗ୍ରେସ ମୁକ୍ତ ଭାରତ କାର୍ଯ୍ୟକ୍ରମକୁ ଆଉ ପାଦେ ଆଗେଇ ନେଇଛନ୍ତି।

ଗୁଜରାଟ୍‌ ୧୮୨ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୮୩ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୮ଟି ଆସନରେ ଆଗୁଆ ରହିଛି। ସେହିପରି କଂଗ୍ରେସ ଦଳ ୫୮ଟି ସିଟ୍‌ରେ ବିଜୟୀ ଲାଭ କରିଥିବା ବେଳେ ୧୯ଟି ଆସରେ ଆଗୁଆ ରହିଛି।

ଗୁରୁତ୍ୱପୂର୍ଣ୍ଣ ହୋଇଛି ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଭୋଟ୍‌ ହାର ପ୍ରାୟ ଦେଢ଼ ପ୍ରତିଶତ ବୃଦ୍ଧି ପାଇଥିିବା ବେଳେ କଂଗ୍ରେସର ଭୋଟ୍‌ ହାର ୨ ପ୍ରତିଶତ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର