କଂଗ୍ରେସ ଗଡ଼ରେ ବିଜେପିର ବାଜିମାତ: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କଂଗ୍ରେସର ବିପର୍ଯ୍ୟୟ

ଅହମଦାବାଦ : ଗୁଜରାଟରେ ବିଜେପିର ଐତିହାସିକ ବିଜୟ ହୋଇଛି। ରାଜ୍ୟର ଆଦିବାସୀ ଅଧ୍ୟୁଷିତ କଂଗ୍ରେସ ଗଡ଼ରେ ବିଜେପି ପ୍ରାୟ ସମସ୍ତ ଆସନ‌ ନିଜ ଦଖଲକୁ ନେଇଛି ୧୯୫୦ ଦଶକରୁ ଗୁଜରାଟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଂଗ୍ରେସ ଦଖଲରେ ଥିଲା। କିନ୍ତୁ ଚଳିତ ନିର୍ବାଚନରେ ସବୁଠି ବିଜେପିର ବିଜୟ ହୋଇଛି।

ଗୁଜରାଟର ଆଦିବାସୀ ବହୁଳ ଅଞ୍ଚଳରେ ୨୭ ଆସନ ରହିଛି। ବିଜେପି ଉକ୍ତ ୨୭ଟି ଆସନରୁ ୨୪ଟିରେ ବିଜୟୀ ହୋଇଛି। ୨୦୧୧ ଜନଗଣନା ତଥ୍ୟ ଅନୁଯାୟୀ ଗୁଜରାଟରେ ଆଦିବାସୀ ଜନସଂଖ୍ୟା ୮୯.୧୭ ଲକ୍ଷ। ଏହା ମୋଟ୍‌ ଜନସଂଖ୍ୟାର ୧୫ ପ୍ରତିଶତ। କଂଗ୍ରେସ ଚଳିତ ଥର ଗୁଜରାଟରେ କମ୍‌ ପ୍ରଚାର କରିଥିବା ବେଳେ ବିଜେପି ଚଳିତ ଥର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଉପରେ ଫୋକସ୍‌ କରିଥିଲା। ଦଳ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗୁଜରାଟ ‌‌ଗୌରବ ଯାତ୍ରା କରିଛି।

ଉଲ୍ଲେଖଯୋଗ୍ୟ, ୨୦୧୭ରେ କଂଗ୍ରେସକୁ ଉକ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୨୭ଆସନରୁ ୧୫ଟି ଆସନ ମିଳିଥିଲା ଏବଂ ବିଜେପି ୮ ଆସନରେ ବିଜୟୀ ହୋଇଥିଲା। କିନ୍ତୁ ଚଳିତ ଥର କଂଗ୍ରେସ କେବଳ ନବସରୀ ଜିଲ୍ଲାରେ ଗୋଟିଏ ଆସନରେ ବିଜୟୀ ହୋଇଛି।

ସମ୍ବନ୍ଧିତ ଖବର