ମୋର୍ବିରେ ଜିତିଲା ବିଜେପି

ନୂଆଦିଲ୍ଲୀ : ଗୁଜରାଟର ମୋର୍ବି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ କାନ୍ତିଲାଲ ଅମୃତିୟ ବିପୁଳ ବିଜୟ ହାସଲ କରିଛନ୍ତି। ଅଧିକାଂଶ ପଟିଦାର ଥିବା ଏହି ବିଧାନସଭା ନିର୍ବାଚନମଣ୍ଡଳୀ ଅକ୍ଟୋବର ମାସର ମୋର୍ବି ପୋଲ ଭୁଶୁଡ଼ିବା ଘଟଣା ପରଠାରୁ ଚର୍ଚ୍ଚାରେ ଥିଲା। ପୋଲ ଭୁଶୁଡ଼ିବା ଯୋଗୁଁ ୧୩୫ ଜଣଙ୍କ ଜୀବନ ଯାଇଥିଲା। ମୋର୍ବି ପୋଲ ଭୁଶୁଡ଼ିବା ଘଟଣା ପାଇଁ ଉକ୍ତ ଆସନରେ ବିଜେପିର ସଫଳତାକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା।

ଅନ୍ୟପକ୍ଷରେ ସମସ୍ତ ବିରୋଧୀ ଦଳ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପିକୁ ଘେରିଥିଲେ। କିନ୍ତୁ କାନ୍ତିଲାଲ ଅମୃତିୟ ସବୁ ଦ୍ବନ୍ଦ୍ବ ହଟାଇ ଉକ୍ତ ଆସନରେ ବିପୁଳ ବିଜୟ ହାସଲ କରିଛନ୍ତି। ମୋର୍ବି ବିଧାୟକ ତଥା ଗୁଜରାଟ ସରକାରରେ ମନ୍ତ୍ରୀ ଥିବା ବ୍ରିଜେଶ ମିଶ୍ରଙ୍କୁ ଚଳିତଥର ବିଜେପି ଟିକେଟ ନଦେଇ କାନ୍ତିଲାଲ ଅମୃତୀୟଙ୍କୁ ପ୍ରାର୍ଥୀ କରିଥିଲା। କାନ୍ତିଲାଲ ନିଜେ ପୋଲ ଦୁର୍ଘଟଣା ପରେ ୩୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଥିଲେ। ସେ ଏହି ଆସନରୁ ୧୯୯୫ରୁ ୨୦୧୨ ପର୍ଯ୍ୟନ୍ତ ଜିତି ଆସିଥିଲେ। ଅନ୍ୟପକ୍ଷେ କଂଗ୍ରେସ ଉକ୍ତ ଆସନରେ ଜୟନ୍ତୀ ପଟେଲଙ୍କୁ ପ୍ରାର୍ଥୀ କରିଥିଲା।

ସମ୍ବନ୍ଧିତ ଖବର