ପଶ୍ଚିମବଙ୍ଗରେ ବିଜେପି କର୍ମୀ-ପୁଲିସ ସଂଘର୍ଷ

କୋଲକାତା : ନିର୍ବାଚନ ସମୟରୁ ପଶ୍ଚିମବଂଗରେ ଜାରି ରହିଥିବା ହିଂସା ଏବେ ବି ବଳବତ୍ତର ରହିଥିବା ବେଳେ ବିଭିନ୍ନ ଜିଲ୍ଲାରେ ସ୍ଥିତି ସଂଗୀନ ରହିଛି। ପ୍ରତିଦିନ ସଂଘର୍ଷ ଓ ହତ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ଅଂଚଳରେ ଆତଙ୍କର ବାତାବରଣ ଲାଗି ରହିଛି। ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ବିରୋଧ କରି  କୋଲକାତାରେ ବିଜେପି ପକ୍ଷରୁ ବିଶାଳ ବିକ୍ଷୋଭ କରାଯାଇଥିବା ବେଳେ ଏହି ସମୟରେ ବିଜେପି କର୍ମୀ ଏବଂ ପୁଲିସ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଛି। ବିଜେପି କାର୍ଯ୍ୟକର୍ତ୍ତାମାନେ ରୢାଲିରେ ଯାଉଥିବାବେଳେ ପୁଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ୍‌ ସେଲ୍‌ ଏବଂ ୱାଟର କ୍ୟାନନ୍‌ ବ୍ୟବହାର କରିଥିଲା। ବିଜେପି କର୍ମୀମାନେ ମଧ୍ୟ ପୁଲିସ ଉପରକୁ ବୋତଲ ଏବଂ ପଥର ମାଡ଼ କରିଥିଲେ। ହିଂସା ଥମୁନଥିବ‌ାରୁ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀ ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଛନ୍ତି। ସିପିଆଇଏମ୍‌, କଂଗ୍ରେସ, ଟିଏମ୍‌ସି ଏବଂ ବିଜେପିକୁ ଏହି ବୈଠକରେ ଯୋଗ ଦେବାପାଇଁ ଆମନ୍ତ୍ରିତ କରାଯାଇଛି।

ସମ୍ବନ୍ଧିତ ଖବର