ଆକ୍ରମଣ ବିଷୟରେ ମମତା ମିଛ କହୁଛନ୍ତି କହି ନନ୍ଦୀଗ୍ରାମରେ ଟାୟାର୍‌ ପୋଡ଼ି ପ୍ରତିବାଦ କରୁଛନ୍ତି ବିଜେପି କର୍ମୀ

ନନ୍ଦୀଗ୍ରାମ: ବୁଧବାର ଦିନ ନିର୍ବାଚନ ପ୍ରଚାର ଅଭିଯାନ ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆକ୍ରମଣର ସରବ୍ୟ ହୋଇଛନ୍ତି ବୋଲି କୁହାଯାଉଥିବା ସ୍ଥାନରେ ଆଜି ଦଳେ ବିଜେପି କର୍ମୀ ଏକତ୍ର ହୋଇ ପୁରୁଣା ଟାୟାର୍‌ ପୋଡ଼ିବା ସହ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି। ପ୍ରତିବାଦକାରୀମାନେ କହୁଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମିଛ କହୁଛନ୍ତି।

ନନ୍ଦୀଗ୍ରାମ ଅନ୍ତର୍ଗତ ବିରୁଲିଆ ବଜାର ମଧ୍ୟସ୍ଥ ରାସ୍ତାରେ ବିଜେପି କର୍ମୀମାନେ ପୁରୁଣା ଟାୟାର୍‌ ପୋଡ଼ି କହୁଛନ୍ତି କି, ମମତା ବାନାର୍ଜୀଙ୍କୁ କେହି ଆକ୍ରମଣ କରି ନାହାନ୍ତି। ସେ ଆକ୍ରମଣ ବାବଦରେ ମିଛ କହୁଛନ୍ତି।

Image Courtesy of India Today

ସୁକୁମାର ମାଇତି ନାମକ ଜଣେ ବିଜେପି କର୍ମୀ କହନ୍ତି, ମମତାଙ୍କୁ କେହି ଧକ୍କା ମାରି ନାହାନ୍ତି, ସେ ମିଛ କହୁଛନ୍ତି। ତାଙ୍କ ଗାଡ଼ିର ଡୋର୍‌ ମେଲା ଥିବାରୁ ଗୋଟାଏ ଖୁଣ୍ଟରେ ବାଜି ତାଙ୍କ ଉପରେ ପିଟି ହୋଇଯାଇଛି। ସେ ମିଛ କହୁଛନ୍ତି।

ପୂର୍ବ ମେଦିନୀପୁରର ଜିଲ୍ଲା ମାଜିଷ୍ଟ୍ରେଟ୍‌ ବିଭୁ ଗୋଏଲ୍‌ ଏବଂ ଏସ୍‌ପି ପ୍ରବୀଣ ପ୍ରକାଶ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆକ୍ରମଣର ସରବ୍ୟ ହୋଇଥିବା ସ୍ଥାନ ନନ୍ଦୀଗ୍ରାମର ବିରୁଲିଆ ବଜାରକୁ ଯାଇଥିଲେ। ସୂଚନାଯୋଗ୍ୟ, ଶୁକ୍ରବାର ସୁଦ୍ଧା ଘଟଣା ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବା ଲାଗି ନିର୍ବାଚନ କମିସନ୍‌ ପଶ୍ଚିମବଙ୍ଗ ପ୍ରଶାସନକୁ କହିଛି।

ରାଜ୍ୟ ବିଜେପି ଉପସଭାପତି  ଅର୍ଜୁନ ସିଂହ କହିଛନ୍ତି, ସମବେଦନା ପାଇବା ପାଇଁ ସେ (ମମତା) ତାମସା କରୁଛନ୍ତି।

ସମ୍ବନ୍ଧିତ ଖବର