ଗ୍ବାଲିଅର୍‌: ୨୦୨୩ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ‘ବିଜେପି’ ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବାର ଦିନକ ପରେ ଅର୍ଥାତ୍‌ ରବିବାର ଦିନ ‘ବିଜେପି’ ନେତା ମୁନ୍ନାଲାଲ୍‌ ଗୋୟଲ୍‌ଙ୍କ ସମର୍ଥକମାନେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବାସଭବନ ବାହାରେ ସମବେତ ହୋଇଥିଲେ।

Advertisment

ସୂଚନାଯୋଗ୍ୟ, ଗ୍ବାଲିଅର୍‌ ଇଷ୍ଟ୍‌ ନିର୍ବାଚନ ମଣ୍ଡଳୀରୁ ପ୍ରତି‌ଦ୍ବନ୍ଦ୍ବିତା କରିବା ଲାଗି ମୁନ୍ନାଲାଲ୍‌ ଗୋୟଲ୍‌ଙ୍କୁ ଟିକେଟ୍‌ ମିଳିନାହିଁ।

ସିନ୍ଧିଆ ଘରୁ ବାହାରିବା ମାତ୍ରେ ଗୋୟଲ୍‌ଙ୍କ ସମର୍ଥକମାନେ ପ୍ରତିବାଦ ପ୍ରଦର୍ଶନପୂର୍ବକ ସିନ୍ଧିଆଙ୍କ ଗ‌ୋଡ଼ତଳେ ପଡ଼ିଗଲେ। ଉକ୍ତ ଘଟଣାର ଭିଡିଓ ମଧ୍ୟ ତୁରନ୍ତ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସେଠାରେ ପ୍ରତିବାଦକାରୀମାନେ ରାଜ୍ୟ ‘ବିଜେପି’ର ନେତୃତ୍ବ ବିରୋଧରେ ସ୍ଲୋଗାନ୍‌ ଦେଇଥିବା ମଧ୍ୟ କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

publive-image Image Grabbed From Video

ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବା ବେଳେ ସିନ୍ଧିଆ କହିଛନ୍ତି, ବେ‌ଳେ ବେଳେ ଆମ ମତାମତକୁ ଆଧାର କରି ନିଷ୍ପତ୍ତି ନିଆଯାଇ ନ ଥାଏ। ଅତୀତରେ ଅନେକ ଥର ଏମିତି ଘଟିଛି ଏବଂ ପ୍ରବୀଣ ନେତାମାନେ ବି ଟିକେଟ୍‌ ପାଇବାରୁ ବଞ୍ଚିତ ହୋଇଛନ୍ତି। ସମସ୍ତେ ଜାଣନ୍ତି, ମୁଁ ମୁନ୍ନାଲାଲ୍‌ ଗୋୟଲ୍‌ଙ୍କୁ ୩ ଥର ଟିକେଟ୍‌ ଦିଆଇଛି। ଭବିଷ୍ୟତରେ ମଧ୍ୟ ସେ ଗୋୟଲ୍‌ଙ୍କ ସମର୍ଥକଙ୍କ ସପକ୍ଷରେ ବାହାରିବେ ବୋଲି କେନ୍ଦ୍ରମନ୍ତ୍ରୀ ସିନ୍ଧିଆ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଗୋୟଲ୍‌ ଗ୍ବାଲିଅର୍‌ ପୂର୍ବ ଆସନରୁ ନିର୍ବାଚିତ ହୋଇଥିଲେ। କିନ୍ତୁ, ୨୦୨୦ ମଧ୍ୟପ୍ରଦେଶ ରାଜନୈତିକ ସଙ୍କଟ ବେଳେ ସେ ସିନ୍ଧିଆଙ୍କୁ ସମର୍ଥନ କରିଥିଲେ। ଇସ୍ତଫା ଦେଇ ପରେ ‘ବିଜେପି’ରେ ଯୋଗ ଦେଇଥିବା ବିଧାୟକଙ୍କ ମଧ୍ୟରେ ସେ ଥିଲେ ଜଣେ।