ଇଣ୍ଡିଆ ଗେଟ୍‌ରେ ପାଳନ ହେଲା ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ, ବିଜେପି ସାଂସଦ ମନୋଜ ତିଓ୍ଵାରୀ କାଟିଲେ କେକ୍‌

ନୂଆଦିଲ୍ଲୀ: ୧୯୫୦ ମସିହା ଗୁଜୁରାଟର ବଡ଼ନଗରଠାରେ ମାଆ ହୀରାବେନ୍‌ଙ୍କ କୋଳ ମଣ୍ଡନ କରି ଆଜିର ଦିନରେ ଧରିତ୍ରୀରେ ପଦାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ତାଙ୍କ ୬୯ତମ ଜନ୍ମବାର୍ଷିକୀ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ମନାଇବା ପାଇଁ ବେଶ୍‌ କିଛି ଦିନ ହେବ ପ୍ରସ୍ତୁତ ଚଳାଇଥିଲା ବିଜେପି। ଏପରିକି ମୋଦୀଙ୍କ ଜନ୍ମ ସପ୍ତାହରେ ବିଜେପି ପକ୍ଷରୁ ‘ସେବା ଶପଥ’ ଅଭିଯାନ ଆରମ୍ଭ କରିିଥିଲେ ବିଜେପିର ବରିଷ୍ଠ ନେତାମାନେ।

ତେବେ, ଆଜି ମୋଦୀଙ୍କ ଜନ୍ମଦିନ ବେଶ୍‌ ନିଆରା ଢଙ୍ଗରେ ପାଳନ ହେବା ଆରମ୍ଭ ହୋଇଯାଇଛି। ଜାଣିବାକୁ ମିଳିଛି ଯେ ବିଜେପି ସାଂସଦ ମନୋଜ ତିଓ୍ଵାରୀ ଇଣ୍ଡିଆ ଗେଟ୍‌ଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ପାଳନ କରିଛନ୍ତି। ତିଓ୍ଵାରୀ ଏକ ଶୁଭେଚ୍ଛା ବାର୍ତ୍ତା ଦେଇ ମୋଦୀଙ୍କୁ ‘ସଭିଙ୍କ ପ୍ରେରଣା’ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର