କୋଲକାତା: ବିଜେପିର ଜନୈକା ଯୁବନେତ୍ରୀଙ୍କୁ ଗାଡ଼ିରେ କୋକେନ ନେଇ ଯାଉଥିବା ବେଳେ ଶୁକ୍ରବାର ପୁଲିସ ଗିରଫ କରିଛି। ଗିରଫ ଯୁବନେତ୍ରୀଙ୍କ ନାମ ପାମେଲା ଗୋସ୍ବାମୀ ବୋଲି ଜଣାପଡ଼ିଛି। ପୁଲିସ ପାମେଲାଙ୍କ ସମେତ ତାଙ୍କ ସାଙ୍ଗ ପ୍ରବୀର କୁମାର ଦେଙ୍କୁ ବି ନ୍ୟୁ ଅଲିପୁର ଅଞ୍ଚଳସ୍ଥ ଏନଆର ଏଭେନ୍ୟୁରୁ ଗିରଫ କରିଛି।
ଭାଜପା ଯୁବା ମୋର୍ଚ୍ଚା ପର୍ଯ୍ୟବେକ୍ଷକ ଓ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ବିଜେପି ମହାସଚିବ ପାମେଲା ଗୋସ୍ବାମୀଙ୍କୁ କୋଲକତା ନ୍ୟୁ ଅଲିପୁରରୁ ଲକ୍ଷାଧିକ ଟଙ୍କାର କୋକେନ ନେଇ ଯାଉଥିବା ବେଳେ ପୁଲିସ ଗିରଫ କରିଛି।
/sambad/media/post_attachments/ce538e758ba8511916f901f0f3fd72c63062583c1007c9e52160eec06dbfbeeb.jpeg)
ଗାଡ଼ି ତନଖି ବେଳେ ପୁଲିସ ହାତରେ ଏହି ଯୁବନେତ୍ରୀ ଧରା ପଡ଼ି ଯାଇଥିଲେ। ପୁଲିସ ପାମେଲା ଗୋସ୍ବାମୀଙ୍କ କାରରୁ ୧୦୦ ଗ୍ରାମର କୋକେନ ଜବତ କରିଛି। ଜବତ ହୋଇଥିବା କୋକେନର ମୂଲ୍ୟ ବଜାରରେ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତାଙ୍କ ସହିତ କେନ୍ଦ୍ରୀୟ ସୁରକ୍ଷା ବଳର ଜଣେ ଯବାନ ବି ଥିଲେ, ଯିଏକି ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ରହିଥିଲେ। ପୁଲିସ ପୂରା ଘଟଣାର ଛାନଭିନ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Untitled-7-1.jpg)