କୋଲ୍କାତା: ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଅନ୍ତର୍ଗତ ଇଟାହାରରେ ଆତତାୟୀମାନେ ‘ବିଜେପି’ ଯୁବ ଶାଖାର ନେତା ମିଥୁନ ଘୋଷଙ୍କୁ ବନ୍ଧୁକ ମାରି ହତ୍ୟା କରିଥିବା କଥା ‘ବିଜେପି’ ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି।
ଆଜି ଟୁଇଟ୍ କରି ସେ ଲେଖିଛନ୍ତି, ଉତ୍ତର ଦିନାଜପୁର ଜିଲ୍ଲା ‘ବିଜେଓ୍ଵାଏମ୍ ଭିପି’ ମିଥୁନ ଘୋଷ ଇଟାହାରରେ ଆତତାୟୀମାନଙ୍କ ଗୁଳି ଚୋଟରେ ନିହତ ହୋଇଛନ୍ତି। ଏହା ‘ତୃଣମୂଳ କଂଗ୍ରେସ’ର ନିର୍ଦେଶରେ ହୋଇ ଥିବା ସ୍ପଷ୍ଟ ଜଣାପଡୁଛି। ଖାଉନ୍ଦଙ୍କ ଆଦେଶ ପାଳନ କରୁଥିବା ଏହି ରକ୍ତ ପିପାସୁ ଅସାମାଜିକ ଡାହାଳ କୁକୁରମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
@BJYM VP Uttar Dinajpur dist. Mithun Ghosh has been shot dead by assailants at Itahar. This is TMC's handiwork written all over it. The bloodthirsty antisocial hound dogs who executed their master's orders would be taken to task when the tide turns.
We won't forget Mithun Ghosh. pic.twitter.com/V819egcHHt— Suvendu Adhikari • শুভেন্দু অধিকারী (@SuvenduWB) October 17, 2021
ସେ ଆହୁରି ମଧ୍ୟ କହିଛନ୍ତି, ଆମେ ମିଥୁନ ଘୋଷଙ୍କୁ ଭୁଲି ପାରିବୁ ନାହିଁ।