ଚଣ୍ଡିଗଡ଼ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପିର ଅମ୍ବାଲା ସାଂସଦ ରତନ ଲାଲ୍‌ କାଟାରିଆଙ୍କର ଆଜି ପରଲୋକ ଘଟିଛି। ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। କାଟାରିଆ ଅସୁସ୍ଥ ଥିଲେ। ଅସୁସ୍ଥତା ପାଇଁ ଗତ ଗୋଟିଏ ମାସ ହେବ ସେ ପିଜିଆଇଏମ୍‌ଇଆରରେ ଚିକିତ୍ସିତ ହେଉଥିଲେ। ଗୁରୁବାର ଭୋର୍‌ ୩.୩୦ ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି।

Advertisment

ବରିଷ୍ଠ ବିଜେପି ନେତା ତଥା ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଦଳର ରାଜ୍ୟ ସଭାପତି ଓମ୍‌ ପ୍ରକାଶ ଧନଖଡ଼ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଖଟ୍ଟର ଏକ ଟ୍ବିଟ୍‌ କରି କହିଛନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଅମ୍ବାଲା ସାଂସଦ ରତନ ଲାଲ୍‌ କାଟାରିଆଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ। କାଟାରିଆଙ୍କ ପତ୍ନୀ, ୨ ଝିଅ ଏବଂ ପୁଅ ଅଛନ୍ତି।