ଭୋପାଳ: ମଧ୍ୟପ୍ରଦେଶରେ ବିଜେପିର ବାଜିମାତ୍ ହୋଇଛି ଏବଂକଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଶକ୍ତି ବଳରେ ବିଜେପି ମଧ୍ୟପ୍ରଦେଶରେ କ୍ଷମତା ହାସଲ କରିବାରେ ସଫଳ ହୋଇଛି। ମଧ୍ୟପ୍ରଦେଶରେ ୨୮ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା। ଏହି ୨୮ଟି ଆସନରୁ ୨୧ଟି ଆସନରେ ବିଜେପି ଆଗୁଆ ଥିବାବେଳେ କଂଗ୍ରେସ ମାତ୍ର ୬ଟି ଆସନରେ ଏବଂ ବିଏସ୍ପି ଗୋଟିଏ ଆସନରେ ଆଗୁଆ ରହିଛି। ଉଲ୍ଲେଖଯୋଗ୍ୟ ଗତ ମାର୍ଚ୍ଚରେ ଜ୍ୟୋତିରାଦିତ୍ୟ ଏବଂ ତାଙ୍କ ସମର୍ଥକମାନେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବାପରେ କମଳନାଥ ସରକାରର ପତନ ହୋଇଥିଲା। ଏହାଦ୍ବାରା ୨୫ଟି ଆସନ ଖାଲି ପଡ଼ିଥିଲା। ଏହି ୨୫ଟି ଆସନରେ ଉପନିର୍ବାଚନ ଆବଶ୍ୟକ ହେଲା। ଅନ୍ୟପକ୍ଷେ ଅନ୍ୟ ବିଧାୟକଙ୍କ ମୃତ୍ୟୁ ହେବା ସହ ନିକଟରେ ଜଣେ ବିଧାୟକ ପୁଣି କଂଗ୍ରେସ ଛାଡ଼ି ଦେଇଥିଲେ। ତେଣୁ ୩ ଟି ଆସନରେ ଉପନିର୍ବାଚନ ଆବଶ୍ୟକ ପଡ଼ିଲା। ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ବର୍ତ୍ତମାନ ମୋଟ୍ ସଂଖ୍ୟା ହେଉଛି ୨୨୯। ବିଜେପିର ମୋଟ୍ ୧୦୭ ବିଧାୟକ ଥିବାବେଳେ କଂଗ୍ରେସର ୮୭ ବିଧାୟକ ଅଛନ୍ତି। ବିଜେପିକୁ କ୍ଷମତା ହାସଲ କରିବାପାଇଁ ଅତି କମ୍ରେ ୮ଟି ଆସନ ଦରକାର ଥିଲା। ୮ଟି ଆସନରେ ଜିତିନଥିଲେ ବିଜେପି ଗଣିତ ବିଗିଡ଼ି ଯାଇଥାନ୍ତା।
ମଧ୍ୟପ୍ରଦେଶରେ ବିଜେପିର ମହାବିଜୟ, କଂଗ୍ରେସକୁ ବଡ଼ ଝଟ୍କା
/sambad/media/post_attachments/wp-content/uploads/2020/11/gj8dg7j98dg7j98gjdjdgdgjdgjjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)