ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଏବଂ ୫ ରାଜ୍ୟରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଥିବାରୁ ବିଜେପି ଏହାର ନିର୍ବାଚନ ପ୍ରସ୍ତୁତି ଜୋରଦାର କରିଛି। ନିର୍ବାଚନ ଥିବା ୪ ରାଜ୍ୟ ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶରେ ବିଜେପି ଆଜି ଏହାର ନିର୍ବାଚନ ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛି। ବିଜେପି ପଂଜାବ, ତେଲେଙ୍ଗାନା, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶରେ ନୂଆ ରାଜ୍ୟମୁଖ୍ୟଙ୍କୁ ନିଯୁକ୍ତି ଦେବାପରେ ଆଜି ଏହି ନିଯୁକ୍ତି ନେଇ ଘୋଷଣା କରିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିଜେପିର ରାଜସ୍ଥାନ ନିର୍ବାଚନ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ଗୁଜରାଟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଏବଂ ହରିୟାଣାର କୁଲଦୀପ ବିଷ୍ଣୋଇ ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ବରିଷ୍ଠ ନେତା ଓମ୍ ପ୍ରକାଶ ମାଥୁର ଛତିଶଗଡ଼ ନିର୍ବାଚନ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ତାଙ୍କ ସହ-ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ୨ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟପ୍ରଦେଶ ନିର୍ବାଚନ ଦାୟିତ୍ବ ଦିଆଯାଇଛି। ଭୂପେନ୍ଦ୍ର ଯାଦବ ମଧ୍ୟପ୍ରଦେଶ ପ୍ରଭାରୀ ନିଯୁକ୍ତ ହୋଇଥିବାବେଳେ ଅଶ୍ବିନୀ ବୈଷ୍ଣବ ସହ-ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ତେଲେଙ୍ଗାନା ନିର୍ବାଚନ ପ୍ରଭାରୀ ନିଯୁକ୍ତ ହୋଇଥିବାବେଳେ ଜାତୀୟ ସାଧାରଣ ସଚିବ ସୁନୀଲ ବନସଲ ତାଙ୍କ ସହ-ପ୍ରଭାରୀ ନିଯୁକ୍ତ ହୋଇଛନ୍ତି।
ବିଜେପିର ନିର୍ବାଚନ ପ୍ରସ୍ତୁତି: ୪ ରାଜ୍ୟରେ ନିର୍ବାଚନ ପ୍ରଭାରୀ ନିଯୁକ୍ତ
/sambad/media/post_attachments/wp-content/uploads/2023/07/546sf65h4f65sfhfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)