ଚଣ୍ଡିଗଡ଼: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବିଜେପି ବିସ୍ଫୋରକ ଅଭିଯୋଗ ଆଣିଛି। ପଞ୍ଜାବରେ କେଜ୍ରିୱାଲ ୨ ଏକର ବିଶିଷ୍ଟ ୭-ଷ୍ଟାର ସରକାରୀ ବଙ୍ଗଳା ତିଆରି କରିଛନ୍ତି ବୋଲି ଦଳ ଅଭିଯୋଗ କରିବା ସହ ଏ ବାବଦରେ ଏକ ଫଟୋ ଜାରି କରିଛି। ଚଣ୍ଡିଗଡ଼ ସେକ୍ଟର-୨ର ଏହି ‘ଶୀଶମହଲ’ ମୁଖ୍ୟମନ୍ତ୍ରୀ କୋଟାରେ ଆବଣ୍ଟନ ହୋଇଛି ବୋଲି ବିଜେପି ଦାବି କରିଛି। ‘ଏକ୍ସ’ରେ ବିଜେପି କହିଛି, ସାଧାରଣ ଲୋକ ଭଳି ଅଭିନୟ କରୁଥିବା ବ୍ୟକ୍ତି ଆଉ ଏକ ଅତି ଭବ୍ୟ ଶୀଶ୍ମହଲ ତିଆରି କରିଛନ୍ତି। ଦିଲ୍ଲୀର ଶୀଶମହଲ ଖାଲି କରାଯିବା ପରେ ପଞ୍ଜାବର ‘ସୁପର୍ ମୁଖ୍ୟମନ୍ତ୍ରୀ’ ଅରବିନ୍ଦ କେଜ୍ରିୱାଲ ଆହୁରି ଅଧିକ ଚମକପ୍ରଦ ବଙ୍ଗଳା ତିଆରି କରିଛନ୍ତି।’
ଆପ୍ କହିଲା ‘ମିଥ୍ୟା ପ୍ରଚାର’
ବିଦ୍ରୋହୀ ଆପ୍ ସାଂସଦ ସ୍ୱାତୀ ମାଲିୱାଲ କହିଛନ୍ତି, ଦିଲ୍ଲୀ ଶୀଶ୍ମହଲ ଛାଡ଼ିବା ପରେ ପଞ୍ଜାବରେ ଆହୁରି ବିଳାସପୂର୍ଣ୍ଣ ବଙ୍ଗଳା ପ୍ରସ୍ତୁତ କରାଯାଇଛି। ଗୋଟିଏ ବ୍ୟକ୍ତି ପାଇଁ ପୂରା ପଞ୍ଜାବ ସରକାର ଚାକର ଭଳି କାମ କରୁଛି। ଅନ୍ୟପକ୍ଷରେ ‘ଆପ୍’ ଏଭଳି ଅଭିଯୋଗକୁ ତୀବ୍ର ବିରୋଧ କରିଛି। ‘ଆପ୍’ ପ୍ରଶ୍ନ କରିଛି, ଆବଣ୍ଟନ ପତ୍ର କେଉଁଠି ଅଛି? ବିଜେପି ଯେଉଁ ଫଟୋ ଜାରି କରିଛି ତାହା କେବଳ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ କ୍ୟାମ୍ପ ଅଫିସ୍ର। ବିଜେପି ଭୟରେ ମିଥ୍ୟା ପ୍ରଚାର ଚଳାଇଛି ବୋଲି ଆପ୍ ମୁଖପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/01/sfhsfhh-2025-11-01-03-32-47.jpg)