ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା କନ୍ନୌଜର ସାଂସଦ ଅଖିଳେଶ ଯାଦବ ପୁଣିଥରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ପୂର୍ବତନ ୟୁପି ସିଏମ୍ ଅଖିଳେଶ ଯାଦବ କହିଛନ୍ତି ବିଜେପିର ଦୀପ କ୍ଷୀଣ ଭାବେ ଜଳୁଛି ଏବଂ ଖୁବ୍ ଶୀଘ୍ର ଲିଭିବାକୁ ଯାଉଛି।
ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ସୋମବାର ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର କାଉଡ଼ି ଯାତ୍ରା ସମ୍ବନ୍ଧୀୟ ନିର୍ଦ୍ଦେଶ ଉପରେ ଭାରତୀୟ ଜନତା ପାର୍ଟିକୁ କଟାକ୍ଷ କରି କହିଛନ୍ତି ଯେ ଶାସକ ଦଳର ଦୀପ କ୍ଷୀଣ ଭାବେ ଜଳୁଛି ଏବଂ ଏହା ଶୀଘ୍ର ଲିଭିଯିବ। ସରକାରୀ କର୍ମଚାରୀଙ୍କ ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାରଣ କରାଯାଇଥିବା ନେଇ ମଧ୍ୟ ଅଖିଳେଶ ଯାଦବ କହିଛନ୍ତି ବିଜେପି ବର୍ତ୍ତମାନ ଏଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରିବ। ଦଳ ପାଖରେ ଅନ୍ୟ କୌଣସି ବାଟ ନାହିଁ।
ସରକାରୀ କର୍ମଚାରୀ ରାଷ୍ଟ୍ରିୟ ସ୍ବୟଂସେବକ ସଂଘ (ଆରଏସଏସ) କାର୍ଯ୍ୟକ୍ରମରେ ଭାଗ ନେବାକୁ ଥିବା ପ୍ରତିବନ୍ଧକକୁ ହଟାଇବା ନେଇ ସେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସାମ୍ପ୍ରଦାୟିକ ରାଜନୀତିକୁ ଦେଶର ଲୋକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ଭବିଷ୍ୟତରେ କେନ୍ଦ୍ର ଓ ବିଜେପି ଶାସିତ ରାଜ୍ୟମାନେ କାଉଡ଼ି ଯାତ୍ରା ଭଳି ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା ରହିଛି।
ସରକାରୀ କର୍ମଚାରୀଙ୍କୁ ଆରଏସଏସ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଅନୁମତି ଦେବାକୁ କେନ୍ଦ୍ରର ନିଷ୍ପତ୍ତି ସମ୍ପର୍କରେ ସେ କହିଛନ୍ତି ଯେ ବିଜେପି ପାଖରେ ଏଭଳି ପଦକ୍ଷେପ ଗ୍ରହଣ କରିବା ଛଡ଼ା ଅନ୍ୟକୌଣସି ବାଟ ହିଁ ନାହିଁ। ଦୀର୍ଘ ଦିନର ପ୍ରତିବନ୍ଧକକୁ ସେମାନେ ହଟାଇ ଦେଇଛନ୍ତି । ସାମ୍ପ୍ରଦାୟିକ ରାଜନୀତିକୁ ଜୀବିତ ରଖିବାକୁ ବିଜେପି ଏଭଳି କରିଛି। କାରଣ ବିଜେପି ଏବେ ଶେଷ ହେବାକୁ ଯାଉଥିବାରୁ ଏଭଳି କରାଯାଉଛି।
ସୋମବାର ଦିନ କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ୫୮ ବର୍ଷ ପୁରୁଣା ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି ଏବଂ ସରକାରୀ ଅଧିକାରୀ ଏବଂ କର୍ମଚାରୀମାନେ ରାଷ୍ଟ୍ରିୟ ସ୍ବୟଂସେବକ ସଂଘର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ୧୯୬୬ ମସିହାରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ଏହି ନିଷ୍ପତ୍ତି ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/13-15.jpg)