କୋଲକାତା: କୋଲକାତାର ଏକ ଲ’ କଲେଜରେ ଜଣେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ବିଜେପି ପକ୍ଷରୁ ଆଜି ବିଶାଳ ପ୍ରତିବାଦ ରାଲି ଅନୁଷ୍ଠିତ ହୋଇଛି। ପଶ୍ଚିମବଙ୍ଗ ବିଜେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଏହି ରାଲିରେ ଯୋଗଦେବା ପରେ ତାଙ୍କୁ ଗିରଫ କରାଯାଇଛି। ଏହି ଗିରଫଦାରୀ ନେଇ କୋଲକାତାରେ ବ୍ୟାପକ ବିଶୃଙ୍ଖଳା ଦେଖାଦେଇଛି। ମଜୁମଦାର ଆନ୍ଦୋଳନସ୍ଥଳରେ ପହଞ୍ଚି ଦୋଷୀମାନଙ୍କୁ ଅତି କଠୋର ଦଣ୍ଡ ଦେବାକୁ ଦାବି କରି କହିଥିଲେ ଯେ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଗଣତନ୍ତ୍ରକୁ ନଷ୍ଟ କରିଛନ୍ତି ଏବଂ ଗଣତାନ୍ତ୍ରିକ ସ୍ୱରକୁ ଦମନ କରୁଛନ୍ତି। ଗଣଦୁଷ୍କର୍ମ କାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ୩୧ ବର୍ଷୀୟ ଟିଏମ୍ସି ନେତା ମନୋଜିତ ମିଶ୍ରଙ୍କ ବିବାହ ଆବେଦନକୁ ପୀଡ଼ିତା ପ୍ରତ୍ୟାଖ୍ୟାନ କରିବାରୁ ତାଙ୍କୁ କଲେଜ ପରିସରରେ ଗଣଦୁଷ୍କର୍ମ କରାଯାଇଥିଲା। ଏହି ମାମଲାରେ ରାଜ୍ୟ ବିଜେପି ମୁଖ୍ୟ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଦଳର ଅଭିଯୁକ୍ତ ନେତା ଓ କର୍ମୀମାନଙ୍କୁ ସୁରକ୍ଷା ଦେବାପାଇଁ ସର୍ବଦା ଷଡ୍ଯନ୍ତ୍ରପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ସେହିପରି ବିଜେପି ସାଂସଦ ସମ୍ବିତ ପାତ୍ର ଏହି ଗଣଦୁଷ୍କର୍ମ ଘଟଣାକୁ ନେଇ ତୃଣମୂଳ ସରକାରକୁ ସମାଲୋଚନା କରିବା ସହ ପଶ୍ଚିମବଙ୍ଗରେ ମହିଳାଙ୍କ ପ୍ରତି ଏତେ ଅସମ୍ବେଦନଶୀଳତା ଓ ନିଷ୍ଠୁରତା କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଟିଏମ୍ସିର ଅରାଜକତା ଓ ବର୍ବରତାରେ ଲୋକେ ଅତିଷ୍ଠ ହୋଇପଡ଼ିଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ପାତ୍ର ଦାବି କରିଛନ୍ତି।
ବିଜେପିର ବିଶାଳ ପ୍ରତିବାଦ ରାଲି: ଗିରଫ ହେଲେ ରାଜ୍ୟ ସଭାପତି
କୋଲକାତାର ଏକ ଲ’ କଲେଜରେ ଜଣେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ବିଜେପି ପକ୍ଷରୁ ଆଜି ବିଶାଳ ପ୍ରତିବାଦ ରାଲି ଅନୁଷ୍ଠିତ ହୋଇଛି। ପଶ୍ଚିମବଙ୍ଗ ବିଜେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଏହି ରାଲିରେ ଯୋଗଦେବା ପରେ ତାଙ୍କୁ ଗିରଫ କରାଯାଇଛି।
/sambad/media/media_files/2025/06/29/lqmasdzxcv-2025-06-29-07-26-21.jpg)