ବିଜେପିର ନବାନ୍ନ ଚଲୋ ଅଭିଯାନ: ରାସ୍ତା ପାଲଟିଲା ରଣକ୍ଷେତ୍ର

ପୁଲିସ ଜିପ୍‌ ଜାଳିଦେଲେ; ଲାଠିମାଡ, ଲୁହବୁହା ଗ୍ୟାସ ପ୍ରୟୋଗ, ଶୁଭେନ୍ଦୁ, ଲକେଟ ପ୍ରମୁଖ ଅଟକ

କୋଲକାତା: ଆସନ୍ତା କାଲିଠାରୁ ପଶ୍ଚିମବଙ୍ଗ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାବେଳେ ଆଜି ବିଜେପି ଶକ୍ତି ପ୍ରଦର୍ଶନ କରିଛି। ମମତା ସରକାରଙ୍କ ଭ୍ରଷ୍ଟାଚାର ପ୍ରତିବାଦରେ ସାରା ରାଜ୍ୟରୁ ବିଜେପି ନେତା ଓ କର୍ମୀମାନେ ଆଜି ନବାନ୍ନ ଅଭିଯାନ (ସଚିବାଳୟକୁ ଶୋଭାଯାତ୍ରା) କରିଛନ୍ତି। କିନ୍ତୁ ତାହା ସଫଳ ହୋଇ ପାରିନାହିଁ। ବିଜେପିର ଏହି ଅଭିଯାନକୁ ପୁଲିସ ଭଣ୍ଡୁର କରିଦେଇଛି। ସେମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକାଇଛି। ଏହି ସମୟରେ ପୁଲିସ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଗଣ୍ଡାଗୋଳ ହେବା ସହିତ ବ୍ୟାପକ ହିଂସା ଉପୁଜିଥିଲା। ରାସ୍ତା ରଣକ୍ଷେତ୍ର ପାଲଟି ଯାଇଥିଲା। ପୁଲିସ ପାଣି ତୋପ, ଲୁହବୁହା ଗ୍ୟାସ ପ୍ରୟୋଗ ସହିତ ଲାଠିମାଡ଼ କରିଥିଲା। ଏଥିରେ ଅନେକ ବିଜେପି କର୍ମୀ ଓ ସମର୍ଥନ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ବିଜେପିର ନବାନ୍ନ ଅଭିଯାନକୁ ରୋକିବା ପାଇଁ ବହୁସଂଖ୍ୟାରେ ପୁଲିସ ସଚିବାଳୟ ନିକଟରେ ମୁତୟନ ହୋଇଥିଲେ। କୋଲକାତାର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା। କୋଲକାତାର ବିଭିନ୍ନ ରାସ୍ତାରେ ବ୍ୟାରିକେଡ୍ ରଖାଯାଇଥିଲା। ନବାନ୍ନର ଚାରିପଟେ ୫ କିମି ଗୋଲେଇର ପୁଲିସ ଦୁର୍ଗ ଠିଆ କରାଯାଇଥିଲା। ରାଣୀଗଞ୍ଜ ରେଳ ଷ୍ଟେସନ ବାହାରେ ବିଜେପି କର୍ମୀମାନେ କଲିକତା ଅଭି‌ମୁଖେ ଯିବାକୁ ବାହାରି ଥିବାବେଳେ ପୁଲିସ ସହିତ ସେମାନଙ୍କର ସଂଘର୍ଷ ହୋଇଛି। ସେଠାରେ ପୁଲିସ ଅନେକ କର୍ମୀଙ୍କୁ ଅଟକ ରଖିଛି। ସେହିଭଳି ବୋଲପୁର ରେଳ ଷ୍ଟେସନ ଭିତରେ ବିଜେପି କର୍ମୀ ଏବଂ ପୁଲିସ ମଧ୍ୟରେ ଗଣ୍ଡଗୋଳ ହୋଇଛି। ବସରେ ଆସୁଥିବା କର୍ମୀମାନଙ୍କୁ ଉତ୍ତର ୨୪ ପ୍ରଗଣାରେ ଅଟକ ରଖାଯାଇଛି। ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଚାଟାର୍ଜୀ, ବିଜେପି ସାଂସଦ ଲକେଟ ଚାଟାର୍ଜୀ, ଦଳୀୟ ନେତା ଲକେଟ ଚାଟାର୍ଜୀ, ରାହୁଲ ସିହ୍ନା ପ୍ରମୁଖଙ୍କୁ ପୁଲିସ ହେପାଜତକୁ ନେଇଛି। ଆନ୍ଦୋଳନକାରୀମାନେ ପୁଲିସ ଉପରକୁ ସାନ୍ତ୍ରାଗାଚ୍ଛିଠାରେ ଟେକାପଥର ଫିଙ୍ଗିଛନ୍ତି। ଆନ୍ଦୋଳନକାରୀଙ୍କୁ ଆଗକୁ ବଢ଼ିବାକୁ ଦିଆ ନଯିବାରୁ ସେମାନେ ଏକ ପୁଲିସ କିଓସ୍କଙ୍କୁ ନଷ୍ଟ କରିଦେଇଛନ୍ତି। ହାଓଡ଼ା, କୋଲକାତାର ଲାଲବଜାର, ଏମ୍‌ଜି ରୋଡ୍‌ ଅଞ୍ଚଳରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଉତ୍ୟକ୍ତ କର୍ମୀ ଲାଲବଜାରରେ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଆନ୍ଦୋଳନ ବେଳେ ପୁଲିସ ଆକ୍ରମଣରେ ପୂର୍ବତନ ସାଂସଦ ସପନ ଦାସଗୁପ୍ତା ଆହତ ହୋଇଛନ୍ତି। ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ମମତା ଲୋକଙ୍କ ସମର୍ଥନ ନଥିବାରୁ ଏକଛତ୍ରବାଦ ଚଳାଇଛନ୍ତି।

ସମ୍ବନ୍ଧିତ ଖବର