ନୂଆଦିଲ୍ଲୀ: କେରଳର ୱାୟନାଡ ଲୋକସଭା ଉପନିର୍ବାଚନ ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିପକ୍ଷରେ ନବ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି (ବିଜେପି) । ରାହୁଲ ଗାନ୍ଧି ଛାଡ଼ିବା ପର ଏହି ଆସନଟି ଖାଲି ରହିଛି । ଏହାଛଡ଼ା ଆସାମ, ବିହାର, ଛତିଶଗଡ଼, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନ ପାଇଁ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି।

Advertisment

ଆସାମ ବିଧାନସଭା ଉପନିର୍ବାଚନରେ ବିଜେପି ଧୋଲା (ଅନୁସୂଚିତ ଜାତି) ଆସନରୁ ନିହାର ରଂଜନ ଦାସ, ବେହାଲି ଆସନରୁ ଦିଙ୍ଗତା ଘାଟୋୱାର ଏବଂ ସାମାଗୁରି ଆସନରୁ ଦୀପଲୁ ରଞ୍ଜନ ଶର୍ମାଙ୍କୁ ପ୍ରାର୍ଥୀ କରିଛି। ବିହାର ଉପନିର୍ବାଚନରେ ତରୀ ଆସନରୁ ବିଶାଲ ପ୍ରଶାନ୍ତ ଓ ରାମଗଡ଼ ଆସନରୁ ଅଶୋକ କୁମାର ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ଛତିଶଗଡ଼ ଉପନିର୍ବାଚନରେ ସୁନୀଲ ସୋନି ରାୟପୁର ସିଟି ଦକ୍ଷିଣ ଆସନରୁ ପ୍ରାର୍ଥୀ ହୋଇଛନ୍ତି।
କର୍ଣ୍ଣାଟକ ଉପନିର୍ବାଚନରେ ଦଳ ଶିଗଗାଓଁରୁ ଭରତ ବସବରାଜ ବୋମାଇ ଏବଂ ସାନ୍ଦୁର (ଅନୁସୂଚିତ ଜନଜାତି) ଆସନରୁ ବଙ୍ଗାରୁ ହନୁମାନଥୁଙ୍କୁ ପ୍ରାର୍ଥୀ କରିଛି। କେରଳ ଉପନିର୍ବାଚନରେ ଦଳ ପାଲକ୍କଡ ଆସନରୁ ସି.କୃଷ୍ଣକୁମାର ଏବଂ ଚେଲକକାରା (ଅନୁସୂଚିତ ଜାତି) ଆସନରୁ କେ.ବାଲକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଛି।