ନୂଆଦିଲ୍ଲୀ: ସରକାରୀ ଚାକିରିରେ ଲେଟରଲ ଏଣ୍ଟ୍ରି (ସିଧାସଳଖ ତଥା ପାର୍ଶ୍ବିକ ନିଯୁକ୍ତି) ପାଇଁ ଉଦ୍ଦିଷ୍ଟ ବିଜ୍ଞାପନକୁ ବାତିଲ କରିବା ପାଇଁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି)ର ପଦକ୍ଷେପକୁ କଂଗ୍ରେସ ସ୍ୱାଗତ କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏଥିପାଇଁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ଇଣ୍ଡି ମେଣ୍ଟର ସହଯୋଗୀଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେମାନଙ୍କ ନେତୃତ୍ୱରେ ସାମାଜିକ ନ୍ୟାୟ ପାଇଁ ଲଢ଼େଇକୁ ବଳ ମିଳିଛି ଏବଂ ସଂରକ୍ଷଣ ଛଡ଼ାଇ ନେବା ପାଇଁ ବିଜେପିର ଯୋଜନା ବିଫଳ ହୋଇଛି ବୋଲି ଖଡ଼ଗେ କହିଛନ୍ତି। ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପୋଷ୍ଟ୍ରେ କହିଛନ୍ତି- ‘ଆମେ ଯେକୌଣସି ମୂଲ୍ୟରେ ସମ୍ବିଧାନ ଏବଂ ସଂରକ୍ଷଣ ବ୍ୟବସ୍ଥାକୁ ସୁରକ୍ଷା ଦେବୁ ଏବଂ ବିଜେପିର ‘ସିଧାସଳଖ ନିଯୁକ୍ତି’ ଭଳି ଷଡ଼ଯନ୍ତ୍ରକୁ ପଣ୍ଡ କରିବୁ। ମୁଁ ପୁଣି ଥରେ କହୁଛି- ୫୦% ସଂରକ୍ଷଣ ସୀମା ଭାଙ୍ଗି ଆମେ ଜାତି ଗଣନା ଆଧାରରେ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବୁ। ‘
‘ଲେଟରଲ ଏଣ୍ଟ୍ରି’ ବିଜ୍ଞାପନ ବାତିଲ୍ ହେବା ପରେ କଂଗ୍ରେସର ପ୍ରତିକ୍ରିୟା: ‘ବିଜେପିର ଯୋଜନାକୁ ବିଫଳ କରିଦେଲୁ’
/sambad/media/post_attachments/wp-content/uploads/2024/08/rahul.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)