ଏଲ୍‌ଜେପିକୁ ବିଜେପିର ଝଟ୍‌କା, ନୀତୀଶଙ୍କ ନେତୃତ୍ବରେ ହିଁ ବିହାର ନିର୍ବାଚନ ଲଢ଼ାଯିବ

ପାଟନା‌: ବିଜେପି ଯଦି ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଏହାର ନେତୃତ୍ବରେ ପରିବର୍ତ୍ତନ କରେ, ତାହା ସତ୍ତ୍ବେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ବିଜେପିକୁ ସମର୍ଥନ କରିବ ବୋଲି ଏଲ୍‌ଜେପିର ଅଧ୍ୟକ୍ଷ ଚିରାଗ୍‌ ପାଶ୍ବାନ କହିଛନ୍ତି। କିନ୍ତୁ ବ‌ିଜେପି ଆଜି ଏଲ୍‌ଜେପିର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛି। ବିହାର ବିଧାନସଭା ନିର୍ବାଚନ ନୀତୀଶଙ୍କ ‌ନେତୃତ୍ବରେ ହିଁ ଲଢ଼ାଯିବ ବୋଲି ବି‌ଜେପି କହିଛି। ବିଜେପିର ବିହାର ପ୍ରଭାରୀ ଭୂପେନ୍ଦ୍ର ଯାଦବ ଏବଂ ଅନ୍ୟ ଜଣେ ଦଳୀୟ କାର୍ଯ୍ୟକର୍ତ୍ତା ବି ଏଲ୍‌ ସନ୍ତୋଷ ରାଜ୍ୟ ଦଳୀୟ ନେତା ଏବଂ କର୍ମୀମାନଙ୍କର ଏକ ଭିଡିଓ କନଫରେନ୍ସ କରି ଏହା କହିଛନ୍ତି। ପୂର୍ବତନ ବିଜେପି ଅଧ୍ୟକ୍ଷ ଅମିତ ଶାହ ଏନେଇ ପୂର୍ବରୁ ଘୋଷଣା‌ କରିସାରିଛନ୍ତି। ଆଗାମୀ ବିଧାନସଭା‌ ନିର୍ବ‌ାଚନରେ ‌ନୀତୀଶ ହିଁ ‌ନେତୃତ୍ବ ନେବେ। ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। କୌଣସି ମେଣ୍ଟ ସହଯୋଗୀ ଏନେଇ ଦ୍ବନ୍ଦ୍ବରେ ନ ରହିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର