ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ମୁଖ୍ୟ ସ୍ଲୋଗାନ ରହିବ ‘ଫିର୍‌ ଆୟେଗା ମୋଦୀ’। ‌ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ପଦ ପାଇଁ ତୃତୀୟ ଥର ଲୋକଙ୍କ ନିକଟକୁ ଯିବେ। ବର୍ତ୍ତମାନ ସୁଦ୍ଧା କେବଳ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି।

Advertisment

ବିଜେପିର ନିର୍ବାଚନୀ ପ୍ରଚାର ଏଥର ସରକାରଙ୍କ ସପକ୍ଷବାଦୀ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ହେବ। ଗୁରୁବାର ବିଜେପିର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଏକ ୧୦ ମିନିଟ୍‌ର ଭିଡିଓ ଜାରି କରାଯାଇଛି। ସେଥିରେ ଯେଉଁ ସଂଗୀତ ଅଛି ତାହା ଗତ ୧୦ ବର୍ଷରେ ସରକାର ପୂରଣ କରିଥିବା ପ୍ରତିଶ୍ରୁତିକୁ ଆଧାର କରି ହୋଇଛି। ସେଥିରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ତିନି ତଲାକକୁ ନିଷିଦ୍ଧ ଏବଂ ଲୋକଙ୍କ ପାଇଁ କରାଯାଇଥିବା କଲ୍ୟାଣମୂଳକ କାର୍ଯ୍ୟ ଓ ଭିତ୍ତିଭୂମି ବିକାଶକୁ ସାମିଲ କରାଯାଇଛି। ମୋଦୀ ସରକାର ଗତ ୧୦ ବ‌ର୍ଷରେ ହାସଲ କରିଥିବା ବିଷୟଗୁଡ଼ିକୁ ମଧ୍ୟ ଏଥିରେ ଦର୍ଶାଯାଇଛି। ୨୦୧୪ରେ ମୋଦୀ କ୍ଷମତାକୁ ଆସିଲେ। ତାହାପରଠାରୁ ମୋଦୀଙ୍କ ମନ୍ଦିର ଗସ୍ତ, ନୂଆ ସଂସଦ ଭବନରେ ସେଙ୍ଗଲ ସ୍ଥାପନ ଏବଂ ଦେଶରେ ଓ ବିଦେଶରେ ଲୋକମାନଙ୍କ ସହିତ ତାଙ୍କର ମତ ବିନିମୟକୁ ଉପସ୍ଥାପନ କରାଯାଇଛି। ବିରୋଧୀଙ୍କ ବିରୋଧ ଓ ପ୍ରତିବାଦ ସତ୍ତ୍ବେ ସରକାର ମୋଦୀଙ୍କ ନେତୃତ୍ବରେ ପ୍ରତିଶ୍ରୁତି ପୂରଣ କରିବାରେ ସଫଳ ହୋଇଛି।

ମୋଦୀ କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ବରଂ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାର ଅବତାର। ରାମଜୀ ଜ୍ଞାନ ଦେବେ ଏବଂ ମୋଦୀ ଆଉ ଥରେ ଆସିବେ। ସେ ୧୪୦ କୋଟି ଭାରତୀୟଙ୍କ ଆଶାର ପ୍ରତିନିଧିତ୍ବ କରୁଛନ୍ତି ବୋଲି ଦଳ ପକ୍ଷରୁ ଉକ୍ତ ଭିଡିଓ ଏକ୍ସରେ ସେୟାର କରାଯାଇ ଏହା କୁହାଯାଇଛି। ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟ ମଧ୍ୟରୁ ୩ଟି ହିନ୍ଦୀ ଭାଷାଭାଷୀ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି କ୍ଷମତା ଅକ୍ତିଆର କରିଛି। ବିଜେପି କର୍ମୀମାନଙ୍କ ଉତ୍ସାହକୁ ଏହା ବଢ଼ାଇଛି। ତେଣୁ ୨୦୨୪ ନିର୍ବାଚନରେ ଦଳ ଐତିହାସିକ ବିଜୟ ହାସଲ କରିବ ବୋଲି ଦଳର ନିର୍ବାଚନୀ ରଣନୀତିକାରମାନେ ମତ ରଖିଛନ୍ତି। ନିକଯରେ ଦଳର କାର୍ଯ୍ୟକର୍ତ୍ତାଙ୍କର ଦୁଇ ଦିନିଆ ଜାତୀୟସ୍ତରର ବୈଠକରେ ଦଳର ଭୋଟ ଅଂଶକୁ ୫୦ ପ୍ରତିଶତକୁ ବଢ଼ାଇବା ପାଇଁ କୁହାଯାଇଛି। ୨୦୧୯ ନିର୍ବାଚନରେ ଦଳର ଭୋଟ ଭାଗ ୩୭.୪ ପ୍ରତିଶତ ରହିଥିଲା।