ଗୋଟିଏ ବର୍ଷରେ ବିଜେପିର ମୋଟ ସଂପତ୍ତି ପରିମାଣ ୨୨% ବୃଦ୍ଧି, କମିଚାଲିଛି କଂଗ୍ରେସର ସଂପତ୍ତି

ନୂଆଦିଲ୍ଲୀ : ଗତ ୨୦୧୬-୧୭ରୁ ୨୦୧୭-୧୮ ମଧ୍ୟରେ କେନ୍ଦ୍ରରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ମୋଟ ସଂପତ୍ତି ପରିମାଣରେ ପ୍ରାୟ ୨୨ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ୍ସ (ଏଡିଆର) ପକ୍ଷରୁ କୁହାଯାଇଛି ।
ଏଡିଆର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୧୬-୧୭ରେ ବିଜେପିର ମୋଟ ଘୋଷିତ ସଂପତ୍ତି ପରିମାଣ ପ୍ରାୟ ୧୨୧୩ କୋଟି ଟଙ୍କା ଥିବାବେଳେ ୨୦୧୭-୧୮ରେ ତାହା ୧୪୮୩ କୋଟିକୁ ବୃଦ୍ଧି ପାଇଛି ।

adrindia.org

ସେହିପରି ଦେଶର ୭ଟି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ, ସିପିଆଇ, ଏନସିପି, ତୃଣମୂଳ କଂଗ୍ରେସ ଓ ବିଏସପିର ମୋଟ ସଂପତ୍ତି ପରିମାଣ ୨୦୧୭-୧୮ରେ ୩୪୫୬ କୋଟି ଟଙ୍କା ଥିଲା ।

ତେବେ ଏହି ୭ଟି ଦଳ ମଧ୍ୟରୁ କେବଳ କଂଗ୍ରେସ ଓ ଏନସିପିର ଘୋଷିତ ସଂପତ୍ତି ପରିମାଣରେ ହ୍ରାସ ହୋଇଥିବା ଜଣାପଡିଛି । ଅନ୍ୟ ଦଳଗୁଡ଼ିକର ସଂପତ୍ତି ବୃଦ୍ଧି ପାଇଛି ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏସବୁ ସଂପତ୍ତି ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ଗୋଟିଏ ଦଳର ଅସ୍ଥାବର ସଂପତ୍ତି, ଜମା, ନିବେଶ ଇତ୍ୟାଦି ।

ସମ୍ବନ୍ଧିତ ଖବର