ଇଟାନଗର/ଗାଙ୍ଗଟକ: ଦେଶରେ ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଜୁନ୍ ୪ ରେ ଆସିବ, କିନ୍ତୁ ଏହାପୂର୍ବରୁ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ଉଭୟ ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଛି। ପୂର୍ବରୁ ଅରୁଣାଚଳ ପ୍ରଦେଶର ୬୦ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ନିର୍ବିରୋଧ ଭାବେ ୧୦ ଆସନ ଜିତି ସାରିଛି।

Advertisment

ସେଥିମଧ୍ୟରେ ମୁକ୍ତୋ ଆସନରୁ ସିଏମ୍ ପେମା ଖଣ୍ଡୁ, ବୋମଡିଲାରୁ ଡୋଙ୍ଗ୍ରୁ ସେଙ୍ଗଜୁ, ଇଟାନଗରରୁ ତେଜି କାସୋ, ସାଗାଲିରୁ ରାତୁ ତେଚି, ଜିରୋ ହାପୋଲି ଆସନରୁ ହେଜ୍ ଆପା, ତାଲି ଆସନରୁ ଜିକେ ତାକୋ, ତାଲିହା ସିଟରୁ ନ୍ୟାତୋ ଦୁକମ୍, ରୋଇଙ୍ଗ ସିଟରୁ ମୁତଚୁ ମିଥୀ, ହାୟୁଲିଆଙ୍ଗ ଆସନରୁ ସାଙ୍ଗଲୁ ପୁଲ୍ ଏବଂ ଚାଉଖାମ୍ ଆସନରୁ ଚୋନା ମିନ୍ ନିର୍ବିରୋଧ ବିଜୟୀ ହୋଇଥିଲେ।

ବର୍ତ୍ତମାନ ୫୦ ଟି ବିଧାନସଭା ଆସନର ଭୋଟ୍ ଗଣନା ଚାଲିଛି। ଏହି ଆସନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେଉଛି। ସେହିପରି ସିକ୍କିମର ୩୨ ଟି ବିଧାନସଭା ଆସନର ଭୋଟ୍ ଗଣତି ଜାରି ରହିଛି। ରାଜ୍ୟରେ ଏସଡିଏଫ ଏବଂ ଏସକେଏମ ମଧ୍ୟରେ କଡ଼ା ମୁକାବିଲା ଜାରି ରହିଛି।

ସିକ୍କିମ୍ ବିଧାନସଭା ନିର୍ବାଚନ ଫଳାଫଳରେ ପ୍ରାରମ୍ଭିକ ଟ୍ରେଣ୍ଡରେ ଏସକେଏମ ୩ ଟି ଅସନରେ ଆଗରେ ଥିବାବେଳେ ଅନ୍ୟମାନେ ଗୋଟିଏ ଆସନରେ ଆଗରେ ଅଛନ୍ତି ।

ଅରୁଣାଚଳ ପ୍ରଦେଶର ପ୍ରାରମ୍ଭିକ ଧାରାରେ ବିଜେପି ଆଠଟି ଆସନରେ ଆଗୁଆ ଥିବାବେଳେ ଏନପିଇପି ଗୋଟିଏ ଆସନରେ ଆଗୁଆ ରହିଛି।