ୟୁପି ନିର୍ବାଚନ: ଆରଏଲଡି-ଏସପିକୁ ସମର୍ଥନ ଜଣାଇଲେ ବିକେୟୁ ମୁଖ୍ୟ ଟିକାୟତ

ଲକ୍ଷ୍ନୌ: ଭାରତୀୟ କିଷାନ ୟୁନିୟନ (ବିକେୟୁ) ରାଷ୍ଟ୍ରୀୟ ସଭାପତି ନରେଶ ଟିକାୟତ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏସପି-ଆରଏଲଡି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବେ ବୋଲି ଘୋଷଣା କରିଛନ୍ତି।
ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ଏବଂ ସମାଜବାଦୀ ପାର୍ଟି (ଏସପି)ର ମିଳିତ ମଞ୍ଚ ଶନିବାର ବିଧାନସଭା ନିର୍ବାଚନ ପାଇଁ ସାତ ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଘୋଷଣା କରିଛି।

ସୋସିଆଲ ମିଡିଆରେ ଦଳ ଦ୍ୱାରା ପ୍ରଦତ୍ତ ହୋଇଥିବା ତାଲିକା ଅନୁଯାୟୀ ସମସ୍ତ ପ୍ରାର୍ଥୀ ଜୟନ୍ତ ଚୌଧୁରୀଙ୍କ ନେତୃତ୍ୱାଧୀନ ଆରଏଲଡିର ସଦସ୍ୟ ଅଟନ୍ତି।

ଏହି ମେଣ୍ଟ ବୁଦ୍ଧନାରୁ ରାଜପାଲ ବାଲିୟାନ ଏବଂ ଉଭୟ ମୁଜାଫରନଗର ଜିଲ୍ଲାର ମୀରାପୁରରୁ ଚନ୍ଦନ ଚୌହାନ ଏବଂ ଶାମଲିର ଥାନା ଭବନରୁ ଅଶରଫ ଅଲିଙ୍କୁ ପ୍ରାର୍ଥୀ କରିଛି।

‘ମୁଁ ଆଶା କରୁଛି ରାଜ୍ୟର ଲୋକମାନେ ଏହି ମିଳିତ ମଞ୍ଚର ପ୍ରାର୍ଥୀମାନଙ୍କୁ ସମର୍ଥନ କରିବେ’ ବୋଲି ଟିକାୟତ ଏଠାରେ ସିସାଉଲିରେ ଆୟୋଜିତ ଏକ ଜନସଭାରେ ଜନତାଙ୍କୁ ସମ୍ବୋଧିତ କରିବା ସମୟରେ କହିଛନ୍ତି।

ସମ୍ବନ୍ଧିତ ଖବର