ଇସଲାମାବାଦ: ପାକିସ୍ତାନରେ ବଲୋଚ ମୁକ୍ତି ବାହିନୀ (ବିଏଲଏ)କୁ ଆଉ ଏକ ସଫଳତା ମିଳିଛି । ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶର ସୁରାବ ସହରକୁ ବିଏଲଏ କବଜା କରି ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ହତ୍ୟା କରିଛି। ମୃତ ସରକାରୀ କର୍ମଚାରୀ ହେଉଛନ୍ତି ଅତିରିକ୍ତ ଉପାୟୁକ୍ତ (ରାଜସ୍ବ) ହିଦାୟତ ବୁଲେଦୀ ବଲୋଚ । 

Advertisment

ଲଜ୍ଜାଜନକ କଥା ହଉଛି ବିଏଲଏ ସେନାକୁ ଦେଖି ପାକିସ୍ତାନର ସୁରକ୍ଷା ବାହିନୀ ପଳାୟନ କରିଥିଲେ । ସୁରାବକୁ ଦଖଲ କରିବା ପରେ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଆଗରେ ବିଏଲଏ ଯବାନମାନେ ପ୍ରହରା ଦେଉଛନ୍ତି ।

ଲଜ୍ଜାଜନକ କଥା ହଉଛି ବିଏଲଏ ସେନାକୁ ଦେଖି ପାକିସ୍ତାନର ସୁରକ୍ଷା ବାହିନୀ ପଳାୟନ କରିଥିଲେ । ସୁରାବକୁ ଦଖଲ କରିବା ପରେ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଆଗରେ ବିଏଲଏ ଯବାନମାନେ ପ୍ରହରା ଦେଉଛନ୍ତି ।

ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ପାକିସ୍ତାନ ନ୍ୟାସନାଲ ବ୍ୟାଙ୍କର ଶାଖା ଆଗରେ ଜଣେ ବିଏଲଏ ଯବାନ ପ୍ରହରା ଦେଉଛନ୍ତି ଓ ସ୍ଥାନୀୟ ଲୋକ ତାଙ୍କୁ ଦେଖୁଛନ୍ତି । ସୂଚନା ଅନୁସାରେ ବିଏଲଏ କର୍ମୀମାନେ କେତେକ ସରକାରୀ ଅଫିସରେ ନିଆଁ ଲଗାଇଦେଇଛନ୍ତି ଓ ଏକ ବ୍ୟାଙ୍କକୁ ଲୁଟି ନେଇଛନ୍ତି । ଏହା ସହିତ ସେମାନେ କେତେକ ପୁଲିସ ଓ ସୁରକ୍ଷା କର୍ମୀଙ୍କୁ ବନ୍ଧକ ରଖିଥିବା କୁହାଯାଉଛି ।

ଏହି ଘଟଣା ପାକିସ୍ତାନ ସେନା ଓ ସରକାରଙ୍କ ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି । ଏହା ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ମଧ୍ୟ କ୍ରୋଧିତ କରିଛି। ଶାହବାଜ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ସେ ଏହା ସହିତ ସେ ମୃତ ସରକାରୀ କର୍ମଚାରୀ ହିଦାୟତଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି ।