ଜାକର୍ତ୍ତା: ୧୮୯ ଜଣଙ୍କୁ ନେଇ ସୋମବାର ଦିନ ଦୁର୍ଘଟନାଗ୍ରସ୍ତ ହୋଇ ସମୁଦ୍ରରେ ଖସି ପଡ଼ିଥିବା ଲାୟନ୍ ଏୟାର୍ ଜେଟ୍ର ବିମାନର ବ୍ଲାକ୍ ବକ୍ସ ଉଦ୍ଧାର କରି ଇଣ୍ଡୋନେସୀୟ ବୁଡ଼ାଳିମାନେ ଏକ ଜାହାଜ ଯୋଗେ ପାଣି ଉପରକୁ ଆଣିଛନ୍ତି ବୋଲି ଜଣେ ବୁଡ଼ାଳି ଗୁରୁବାର ଦିନ ଗଣମାଧ୍ୟମକୁ କହିଛନ୍ତି।
ସୋମବାର ଦିନ ଜାକର୍ତ୍ତାରୁ ଟିଣ-ଖଣି ସହର ପଙ୍ଗ୍କଲ୍ ପିନାଙ୍ଗ୍ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର ୧୩ ମିନିଟି ପରେ କେଉଁ କାରଣରୁ ନୂଆ ବିମାନଟିର ଗ୍ରାଉଣ୍ଡ୍ ଷ୍ଟାଫ୍ଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେଲା ତାହାର ସୂଚନା ବ୍ଲାକ୍ ବକ୍ସ୍ ମିଳିପାରିବ।
ଏହି ଦୁର୍ଘଟନାରେ କେହି ବଞ୍ଚି ନାହାନ୍ତି।
ହେଣ୍ଡ୍ରା ନାମକ ଜଣେ ବୁଡ଼ାଳି କହିଛନ୍ତି: ସମୁଦ୍ର ଶଯ୍ୟାର କାଦୁଅରେ ପୋତି ହୋଇପଡ଼ି ଥିବା ଭଗ୍ନାବଶେଷରୁ ଆମେ କାଦୁଅ ଖୋଳି ବ୍ଲାକ୍ ବକ୍ସ ପାଇଲୁ।
କମଳା ରଙ୍ଗର ଏହି ବ୍ଲାକ୍ ବକ୍ସଟି ଅକ୍ଷୁଣ୍ଣ ଅଛି। ଏହା ଫ୍ଲାଇଟ୍ ଡାଟା ରେକର୍ଡର କି, କକ୍ପିଟ୍ ଭଏସ୍ ରେକର୍ଡର୍ ତାହା ସେ କହି ନାହାନ୍ତି।