ଅର୍ପିତା ମୁଖାର୍ଜୀଙ୍କ ଘରୁ ଜବତ ହୋଇଥିବା କଳା ଡାଏରୀରେ କଣ ଅଛି ?

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ କଳାଟଙ୍କା ଜବତ ହେବା ସହ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଇଡି ଦ୍ବାରା ଜବତ ହୋଇଛି । ତାହା ହେଉଛି ଏକ କଳା ଡାଏରୀ । ଏହି କଳା ଡାଏରୀରେ ପଶ୍ଚିମବଙ୍ଗରେ ହୋଇଥିବା ସ୍କୁଲ ନିଯୁକ୍ତି ଦୁର୍ନୀତି ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଥିବା ସଂଦେହ କରାଯାଉଛି ।

ଗତ ସପ୍ତାହରେ ଇଡି ପକ୍ଷରୁ ଅର୍ପିତାଙ୍କ ଡାଇମଣ୍ଡ ସିଟି ସାଉଥ୍ ରେସିଡେଣ୍ଟରେ ଚଢଉ ବେଳେ ପୁ​ଳା ପୁଳା ଟଙ୍କା ସହ ଏହି ଡାଇରୀକୁ ଜବତ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଏହି ଡାଇରୀରେ ପ୍ରାୟ ୪୦ ପୃଷ୍ଠା ଧରି ବେଆଇନ ସ୍କୁଲ ଶିକ୍ଷକ ନିଯୁକ୍ତି ସଂପର୍କିତ ତଥ୍ୟ ରହିଛି । ଏସବୁ ତଥ୍ୟ ସ୍କୁଲ ଦୁର୍ନୀତି ସଂପର୍କରେ ଆହୁରି ଅନେକ ତଥ୍ୟ, ଯେପରିକି ଏଥିରେ ଆଉ କିଏ କିଏ ସଂପୃକ୍ତ, କେତେ ଅର୍ଥ ସଂଗ୍ରହ ହୋଇଥିଲା ଆଜି ପ୍ରଶ୍ନର ଉତ୍ତର ରହିଥିବା କୁହାଯାଉଛି । ଏସବୁ ତଥ୍ୟ ପାର୍ଥଙ୍କ ଦୋଷ ସାବ୍ୟସ୍ତ କରିବାକୁ ଇଡିକୁ ସହାୟକ ହେବ ବୋଲି ମନେକରାଯାଉଛି ।

ଗତ ଶୁକ୍ରବାରଦିନ ଇଡି ଅର୍ପିତା ମୁଖାର୍ଜୀଙ୍କ ଘରୁ ଚଢଉ କରି ନଗଦ ୨୧ କୋଟି ଟଙ୍କା ଜବତ କରିଥିଲା । ଏସବୁ ଟଙ୍କା ପଶ୍ଚିମବଙ୍ଗରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିରୁ ସଂଗ୍ରହ କରାଯାଇଥିବା ସଂଦେହ କରାଯାଉଛି । ପଶ୍ଚିମ ବଙ୍ଗ ସ୍କୁଲ ସର୍ଭିସ କମିଶନ ଓ ପ୍ରାଥମିକ ଶିକ୍ଷା ବୋର୍ଡ ରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଇଡି ପାର୍ଥଙ୍କ ଅଫିସ, ଘର ସମେତ ମୋଟ ୧୩ଟି ସ୍ଥାନରେ ଚଢଉ କରାଯାଇଥିଲା । ଏହା ପରେ ଶନିବାରଦିନ ତାଙ୍କୁ ଗିରଫ କରାଯାଇଥିଲା ।

 

ସମ୍ବନ୍ଧିତ ଖବର