କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା : ଦେଶରେ ୪୦ ହଜାରରୁ ଅଧିକ ବ୍ଲାକ ଫଙ୍ଗସର ଶିକାର, ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସୂଚନା ମୁତାବକ ଏପର୍ଯ୍ୟନ୍ତ ଦେଶରେ ବ୍ଲାକ ଫଙ୍ଗସ୍ ସଂକ୍ରମଣରେ ୪୦,୮୪୫ ଜଣ ସଂକ୍ରମିତ ହୋଇଥିବା ବେଳେ ୩,୧୨୯ ଜଣଙ୍କର ଜୀବନ ଯାଇଛି । କୋଭିଡ-୧୯ କୁ ନେଇ ମନ୍ତ୍ରୀ ସ୍ତରୀୟ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି ବ୍ଲାକ ଫଙ୍ଗସ୍ ସଂକ୍ରମଣ ହୋଇଥିବା ଲୋକଙ୍କ ମଧ୍ୟରୁ କିଛି ଲୋକ କରୋନା ସଂକ୍ରମଣ ପରେ ବ୍ଲାକ ଫଙ୍ଗସ୍ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ କିଛି ଲୋକ ମଧୁମେହ କାରଣରୁ ଓ ଆଉ କିଛି ଲୋକ ମାତ୍ରାଧିକ ଶକ୍ତି ବର୍ଦ୍ଧକ ଔଷଧ ସେବନ କାରଣରୁ ବ୍ଲାକ ଫଙ୍ଗସ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ଏହାସହ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ମୋଟ ବ୍ଲାକ ଫଙ୍ଗସ ସଂକ୍ରମିତଙ୍କ ମଧ୍ୟରୁ ୧୩,୦୮୩ ଜଣ ୧୮-୪୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ୧୭,୪୬୪ ଜଣ ୪୫-୬୦ ବର୍ଷ ବୟସ୍କ ରହିଛନ୍ତି । ଏହାସହ ୧୦,୦୮୨ ଜଣ ବ୍ୟକ୍ତି ୬୦ ବର୍ଷରୁ ଅଧିକ ।

Harsh Vardhan wants 'significant' progress on cow science front before PM  speech on 75th I-Day – ThePrint
ThePrint

ଏହି ବୈଠକରେ ଦେଶରେ ଚାଲିଥିବା ଟିକାକରଣକୁ ନେଇ ବି ଆଲୋଚନା ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି କି, ଭାରତ ଏବେ ଟିକାକରଣରେ ଆମେରିକାଠାରୁ ଆଗରେ ପହଞ୍ଚିଛି। ଆମେରିକା ୨୦୨୦ ଡିସେମ୍ବର ମାସଠାରୁ ଟିକାକରଣ ଆରମ୍ଭ କରିଥିବା ବେଳେ ଭାରତ ୨୦୨୧ ଜାନୁଆରି ୧୬ ତାରିଖ ଠାରୁ ଟିକାକରଣ ଆରମ୍ଭ କରିଥିଲା । ଏହି କ୍ରମରେ ଭାରତରେ ମୋଟ ୩୨,୩୬,୬୩,୨୯୭ ଜଣ ବିଭିନ୍ନ ଆୟୁବର୍ଗର ଲୋକଙ୍କୁ ଟିକା ଦିଆଯାଇଛି । ଏହାସହ କେନ୍ଦ୍ର ସରକାର ଟିକା ନିର୍ମାତା କମ୍ପାନିମାନଙ୍କଠାରୁ କିଣୁଥିବା ଟିକାର ୭୫ ପ୍ରତିଶତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ମାଗଣାରେ ଦେଉଛନ୍ତି ।

ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ ଆଜକୁ ୪୬ ଦିନ ହେବ ଦୈନିକ ସଂକ୍ରମିତ ସଂଖ୍ୟାଠାରୁ ଦୈନିକ ସୁସ୍ଥତା ହାର ଅଧିକ ରହୁଛି । ଏହାସହ ଦେଶରେ କରୋନା ସଂକ୍ରମିତ ଜନିତ ମୃତ୍ୟୁହାର ୧.୩୦ ପ୍ରତିଶତ ରହିଛି ।

ସମ୍ବନ୍ଧିତ ଖବର