ସିଦ୍ଧୁଙ୍କୁ ପୁଣିଥରେ କଳା ପତାକା ପ୍ରଦର୍ଶନ

ଅମୃତସର : ନବନିଯୁକ୍ତ ପଂଜାବ କଂଗ୍ରେସ ମୁଖ୍ୟ ନବ‌ଜୋତ ସିଂହ ସିଦ୍ଧୁଙ୍କୁ ପୁଣିଥରେ କଳା ପତାକା ପ୍ରଦର୍ଶନ କରାଯାଇଛି। ସିଦ୍ଧୁ ଗତକାଲି ମୋଗାର ବୁଘିପୁରା ଚୌକ୍‌ରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାପାଇଁ ଯାଇଥିବା ସମୟ‌ରେ କୃଷକ ଏବଂ କିଛି ଆଡ୍‌-ହକ୍‌ ଶିକ୍ଷକଙ୍କ ଦ୍ବାରା ତାଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା। ପ୍ରତିବାଦକାରୀ ବ୍ୟାରିକେଡ୍‌ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଏବଂ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ଆନ୍ଦୋଳନକାରୀ ସିଦ୍ଧୁଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। କଂଗ୍ରେସ ମୁଖ୍ୟ ହେବାପରେ ସିଦ୍ଧୁଙ୍କର ଏହା ମୋଗାକୁ ପ୍ରଥମ ଗସ୍ତ ଥିଲା। କିନ୍ତୁ ପ୍ରଥମ ଗସ୍ତରେ ତାଙ୍କୁ ପ୍ରବଳ ବିରୋଧ କରାଯାଇଛି। ଅନ୍ୟ ଜିଲ୍ଲାରେ ମଧ୍ୟ କୃଷକମାନେ ତାଙ୍କୁ ବିରୋଧ କରିଛନ୍ତି। ଗୁରୁବାର ମଧ୍ୟ କେତେକ କୃଷକ ସଂଗଠନ ପକ୍ଷରୁ ସିଦ୍ଧୁଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା। ସିଦ୍ଧୁ ଲୋକସଭାରେ କୃଷକଙ୍କ ପ୍ରସଙ୍ଗ ଉଠାଇବାରେ ବିଫଳ ହୋଇଥିବାରୁ ତାଙ୍କୁ ବିରୋଧ କରାଯାଇଛି। କିଛି ଆନ୍ଦୋଳନକାରୀ କହିଛନ୍ତି, ସିଦ୍ଧୁ ପଂଜାବରେ ଯେଉଁଠକିୁ ଯିବେ ସେଠାରେ ତାଙ୍କୁ ବିରୋଧ କରାଯିବ।

ସମ୍ବନ୍ଧିତ ଖବର