ନୂଆଦିଲ୍ଲୀ: ନବ ନିଯୁକ୍ତ ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଆଜି ଲୁଧିଆନାରେ କଳା ପତାକା ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀମାନେ ଆଜି ସିଦ୍ଧୁଙ୍କୁ କଳା ପତାକା ପ୍ରଦର୍ଶନ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଲୁଧିଆନାର ଭଗତ ସିଂହ ମାର୍ଗରେ କୃଷକମାନେ ଆନ୍ଦୋଳନ କରୁଥିବା ବେଳେ ସିଦ୍ଧୁ ସେଠାରେ ପହଞ୍ଚିଥିଲେ। କୃଷକମାନେ ସିଦ୍ଧୁଙ୍କୁ କିଛି ପ୍ରଶ୍ନ କରିବାକୁ ଚାହିଥିଲେ ଏବଂ କଳା ପତାକା ଦେଖାଇଥିଲେ। ସେଠାରେ ଥିବା କେତେକ କଂଗ୍ରେସ ନେତା ଚାଷୀମାନଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା। ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ସିଂହ ମଧ୍ୟରେ ଏବେ ବି ଛକାପଂଝା ଜାରି ରହିଥିବାରୁ ଆଗକୁ ତାଙ୍କୁ ଅନେକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଗତ ରବିବାର ସିଦ୍ଧୁଙ୍କୁ ପଂଜାବ କଂଗ୍ରେସ ମୁଖ୍ୟ କରାଯାଇଥିଲା।
ଲୁଧିଆନାରେ ସିଦ୍ଧୁଙ୍କୁ କଳା ପତାକା ପ୍ରଦର୍ଶନ
/sambad/media/post_attachments/wp-content/uploads/2021/07/sdf5gh56g56adg56dag456dga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)