କରୋନା ପରେ ବ୍ଲାକ ଫଙ୍ଗସ୍ ଭୟ: ମୁମ୍ବାଇର ୩ ଶିଶୁ ଏହି ସଂକ୍ରମଣର ଶିକାର ହୋଇ ହରାଇଲେ ଆଖି

ମୁମ୍ବାଇ: କରୋନା ଭୂତାଣୁ ସଂକଟ ଭିତରେ ଦେଶରେ ବିଭିନ୍ନ ରାଜ୍ୟରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ବୃଦ୍ଧି ପାଉଛି । ମୁମ୍ବାଇରେ ବ୍ଲାକ ଫଙ୍ଗସ ସଂକ୍ରମଣରେ ଶିକାର ହୋଇଥିବା ତିନିଜଣ ଛୋଟ ପିଲା ଆଖି ହରାଇଛନ୍ତି । ସୂଚନା ମୁତାବକ ଏଭଳି ଘଟିଥିବା ୩ ଜଣ ଯାକ ଶିଶୁ ପ୍ରଥମେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ । ଏହାପରେ ସେମାନେ ବ୍ଲାକ ଫଙ୍ଗସ୍ ଭୂତାଣୁ ଦ୍ୱାରା ପୁଣି ସଂକ୍ରମିତ ହୋଇଗଲେ ।

ମୁମ୍ବାଇର ଏକ ଘରୋଇ ହସ୍ପିଟାଲରୁ ଆସିଛି ଏଭଳି ଦୁଖଦ ଖବର । ଶିଶୁ ୩ ଜଣଙ୍କ ବୟସ କ୍ରମାନ୍ୱୟରେ ୪,୬,୧୪ ବର୍ଷ   । ଡାକ୍ତରଙ୍କ କହିବା ମୁତାବକ ୪ ଓ ୬ ବର୍ଷର ଶିଶୁଙ୍କଠାରେ ମଧୁମେହର ଲକ୍ଷଣ ନଥିବା ବେଳେ ୧୪ ବର୍ଷୀୟ ପିଲାଟି ଦେଶରେ ମଧୁମେହର ଲକ୍ଷଣ ଥିଲା । ଏହା ବ୍ୟତୀତ ଜଣେ ୧୬ ବର୍ଷୀୟ ବାଳିକା ବି କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ତାଙ୍କଠାରେ ମଧୁମେହ ଦେଖା ଦେଇଥିଲା । ଏବେ ସେହି ନାବାଳିକାର ପେଟରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ କରିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର