କରୋନା ପରେ ଦିଲ୍ଲୀକୁ ଡରାଇଲାଣି ବ୍ଲାକ ଫଙ୍ଗସ୍: ଚିହ୍ନଟ ହେଲେଣି ୮୦ ବ୍ଲାକ ଫଙ୍ଗସ୍ ରୋଗୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ବେହାଲ ହୋଇପଡିଥିବା ଦିଲ୍ଲୀରେ ଏବେ ବ୍ଲାକ ଫଙ୍ଗସ ସଂକ୍ରମଣ ବଢିବାରେ ଲାଗିଛି । ଦିଲ୍ଲୀର ମାକ୍ସ ହସ୍ପିଟାଲ ଓ ଏମ୍ସରେ ୪୫ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ମୂଲଚନ୍ଦ ହସ୍ପିଟାଲରେ ଜଣେ ବ୍ଲାକ ଫଙ୍ଗସର ରୋଗୀଙ୍କର ମୃତ୍ୟୁ ହୋଇଛି ।

ମୂଲଚନ୍ଦ ହସ୍ପିଟାଲର ବରିଷ୍ଠ ଡାକ୍ତର ଭଗବାନଙ୍କ କହିବା ମୁତାବକ, ମେରଠରେ ରହୁଥିବା ୩୭ ବର୍ଷିୟ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ମଧୁମେହ ରୋଗରେ ପୀଡିତ ଥିଲେ । ମେଡିକାଲରେ କିଛିଦିନ ଚିକିତ୍ସା ପରେ ତାଙ୍କୁ ବ୍ଲାକ ଫଙ୍ଗସ ସଂକ୍ରମଣ ହୋଇଥିବା ଜଣାପଡିଥିଲା । ଚିକିତ୍ସାଧିନ ଅବସ୍ଥାରେ ଏବେ ତାଙ୍କର ମୃତ୍ୟୁ ହୋଇଛି । ମୂଲଚନ୍ଦ ହସ୍ପିଟାଲ ବ୍ୟତୀତ ଦିଲ୍ଲୀର ଅନେକ ହସ୍ପିଟାଲରେ ଏବେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ସାର ଗଙ୍ଗାରାମ ହସ୍ପିଟାଲରେ ୪୦, ମାକ୍ସ ହସ୍ପିଟାଲରେ ୨୫, ଏମ୍ସରେ ୧୫ ଜଣ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ବ୍ଲାକ ଫଙ୍ଗସ ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧର ଅଭାବ ଏବେ ବଜାରରେ ଦେଖାଦେଉଛି । ଏହାର କଳାବଜାରୀ ହେଉଥିବା ବି କିଛି ସ୍ଥାନରୁ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର