ମନ୍ଦିରରେ ୩ ଜଣଙ୍କୁ ବଳି!

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ସ୍ଥିତ କୋର୍ଥିକୋଟାରେ ଏକ ଶିବ ମନ୍ଦିରରେ ୩ ଜଣଙ୍କୁ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି। ମନ୍ଦିର ବାହାରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ମନ୍ଦିର ଭିତରେ ଶିବଲିଙ୍ଗ ଉପରେ ଏବଂ ଚାରିପଟେ ରକ୍ତ ପଡ଼ିଛି। ତେଣୁ ଏହା ବଳି କି ହତ୍ୟା ତାହା ସ୍ପଷ୍ଟ ହୋଇପାରୁନି। ସମସ୍ତଙ୍କ ତଣ୍ଟି କାଟି ଦିଆଯାଇଛି। ମନ୍ଦିରର ଦେଖାଶୁଣା କରୁଥିବା ବ୍ୟକ୍ତି ଶିବରାମି ରେଡ୍ଡି, ତାଙ୍କ ଭଉଣୀ କମଲମ୍ମା ଏବଂ ସେହି ଗ୍ରାମର ଅନ୍ୟ ଜଣେ ମହିଳା ସତ୍ୟଲକ୍ଷ୍ମୀଙ୍କୁ ବଳି ଦିଆଯାଇଥିବା‌ ସନ୍ଦେହ କରାଯାଉଛି। ଆଜି ସକାଳେ ଜଣେ ଭକ୍ତ ପୂଜା ପାଇଁ ମନ୍ଦିରକୁ ଆସିଥିବା ‌ବେଳେ ୩ ଜଣଙ୍କ ମୃତଦେହ ଦେଖି ସଙ୍ଗେସଙ୍ଗେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘଟଣାରେ ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର