କଳା-ଧଳା କାରବାରରେ ଅମିତ ଶାହ!:ନିର୍ଦ୍ଦେଶକ ଥିବା ବ୍ୟାଙ୍କରେ ୭୪୫ କୋଟି ପୁରୁଣା ନୋଟ୍‌ ଜମା ହୋଇଥିଲା

ନୂଆଦିଲ୍ଲୀ: ବିମୁଦ୍ରାକରଣ ସମୟରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ନିର୍ଦ୍ଦେଶକ ରହିଥିବା ଗୁଜରାଟର ଏକ ବ୍ୟାଙ୍କରେ ୭୪୫ କୋଟି ଟଙ୍କାର ପୁରୁଣା ନୋଟ୍‌ ଜମା ହୋଇଥିଲା। ଜଣେ ଆର୍‌୍‌ଟିଆଇ କାର୍ଯ୍ୟକର୍ତ୍ତାଙ୍କୁ ମିଳିଥିବା ତଥ୍ୟ ଆଧାରରେ କଂଗ୍ରେସ ଏହି ଅଭିଯୋଗ ଆଣିଛି। ଦେଶରେ ୮ ନଭେମ୍ବର ୨୦୧୬ରୁ ବିମୁଦ୍ରାକରଣ ଲାଗୁ ହେବା ପରେ ଏକ ନିର୍ଦ୍ଦିଷ୍ଟ ଅବଧିରେ ଅମିତ ଶାହ ନିର୍ଦ୍ଦେଶକ ଥିବା ସମବାୟ ବ୍ୟାଙ୍କରେ ୭୪୫ କୋଟି ଟଙ୍କାର ପୁରୁଣା ନୋଟ୍‌ ଜମା ହୋଇଛି। କେବଳ ୫ ଦିନରେ ଏହି ଅର୍ଥ ଜମା ହୋଇଥିବାରୁ ଏଥିପାଇଁ ଦଳ ଶାହଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। କଂଗ୍ରେସ ନେତା ରଣଦୀପ ସୁର୍ଜେଓ୍ଵାଲା କହିଛନ୍ତି ଯେ ଏହି ବ୍ୟାଙ୍କକୁ ଅମିତ ଶାହ ନିଜ ନିୟନ୍ତ୍ରଣ ରଖିଥିଲେ।

ବ୍ୟାଙ୍କରେ ମୋଟ ୩, ୧୧୮ କୋଟି ଟଙ୍କା ଜମା ହୋଇଥିଲା। ଦେଶର ୩୭୦ଟି ସମବାୟ ବ୍ୟାଙ୍କ ଅପେକ୍ଷା ଶାହଙ୍କ ବ୍ୟାଙ୍କରେ ସର୍ବାଧିକ ପୁରୁଣା ନୋଟ୍‌ ଜମା ହୋଇଥିଲା। ଅହମ୍ମଦାବାଦ ଜିଲ୍ଲା ସମବାୟ ବ୍ୟାଙ୍କର େଓ୍ଵବ୍‌୍‌ସାଇଟ୍‌ ମୁତାବକ ୨୦୦୦ରେ ଅମିତ ଶାହ ଏହି ବ୍ୟାଙ୍କର ଅଧ୍ୟକ୍ଷ ଥିଲେ ଏବଂ ଏବେ ମଧ୍ୟ ନିର୍ଦ୍ଦେଶକ ପଦରେ ରହିଛନ୍ତି। ଏହି ବ୍ୟାଙ୍କରେ ୩୧ ମାର୍ଚ୍ଚ ୨୦୧୭ ପର୍ଯ୍ୟନ୍ତ ମୋଟ ୫,୦୫୦ କୋଟି ଟଙ୍କା ଜମା ହୋଇଛି। ସୁର୍ଯେଓ୍ଵାଲା ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିବା ପରେ ଏହାକୁ ନେଇ ଗୁଜରାଟ ରାଜନୀତି ସରଗରମ ହୋଇଛି।

ସମ୍ବନ୍ଧିତ ଖବର