ଏଣିକି ଦିଲ୍ଲୀର ଘରୋଇ ହସ୍ପିଟାଲରେ ହୋଇପାରିବ ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ବ୍ଲାକ ଫଙ୍ଗସ ରୋଗୀଙ୍କୁ ନେଇ ଏକ ବଡ ଘୋଷଣା କରିଛନ୍ତି | କେଜ୍ରିୱାଲ ଘୋଷଣା କରିଛନ୍ତି କି ଏଣିକି ଦିଲ୍ଲୀରେ ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସା ଦିଲ୍ଲୀର ଘରୋଇ ହସ୍ପିଟାଲ ମାନଙ୍କରେ ମଧ୍ୟ ହୋଇପାରିବ | ସୂଚନା ମୁତାବକ ଦିଲ୍ଲୀ ସରକାରଙ୍କ ଆରୋଗ୍ୟ କୋଷର କ୍ୟାଶଲେସ ଯୋଜନାରେ ବ୍ଲାକ ଫଙ୍ଗସ ରୋଗକୁ ମଧ୍ୟ ସାମିଲ କରାଯାଇଛି |

ଯାହାଦ୍ୱାରା ଯଦି କୌଣସି ବ୍ଲାକ ଫଙ୍ଗସ ରୋଗୀ ସରକାରୀ ହସ୍ପିଟାଲରେ ଲଗାତାର ସାତ ଦିନ ଧରି ଚିକିତ୍ସା ସୁବିଧା ନ ପାଆନ୍ତି ତେବେ ସେମାନଙ୍କର ମାଗଣାରେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯିବ | ତେବେ ଏଥିପାଇଁ ଦିଲ୍ଲୀ ନାଗରିକ ହୋଇଥିବାର ବାଧ୍ୟତାମୂଳକ କରାଯାଇଥିବାବେଳେ ତାଙ୍କ ପାଖରେ ଦିଲ୍ଲୀର ଭୋଟର କାର୍ଡ ଥିବା ନିତାନ୍ତ ଆବଶ୍ୟକ |

ସୂଚନା ଥାଉ କି କରୋନା ର ଦ୍ଵିତୀୟ ଲହରୀରେ ଦେଶରେ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବହୁତ ବଢିଯାଇଥିଲା | ଏହି ରୋଗ ହେଲେ ରୋଗୀଙ୍କ ଆଖିରେ ସଂକ୍ରମଣ ହୋଇଯାଇଥାଏ | ଆଉ ଠିକ ସମୟରେ ଅପରେସନ ନ କଲେ ଦୃଷ୍ଟିଶକ୍ତି ମଧ୍ୟ ଚାଲିଯାଇଥାଏ |

ସମ୍ବନ୍ଧିତ ଖବର