ଗ୍ରୀଡ୍ ଫେଲ ମାରିବାରୁ ମୁମ୍ବାଇରେ ବିଦ୍ୟୁତ ସେବା ଠପ୍: ଅଟକିଲା ଲୋକାଲ ଟ୍ରେନ ଓ ମେଟ୍ରୋ, ଯାତ୍ରୀ ହନ୍ତସନ୍ତ

ମୁମ୍ବାଇ: ମୁମ୍ବାଇରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି। ଗ୍ରୀଡ୍ ଫେଲ ମାରିବାରୁ ମୁମ୍ବାଇର ଅନେକ ଅଞ୍ଚଳରେ ବିଦ୍ୟୁତ ସେବା ଠପ୍ ହୋଇଯାଇଥିବା ଜଣା ପଡ଼ିଛି। ହଠାତ୍ ଏଭଳି ହେବାରୁ ଲୋକାଲ ଟ୍ରେନ ଓ ମେଟ୍ରୋ ସେବା ବାଧାପ୍ରାପ୍ତ ହୋଇଛି। ଅଧା ବାଟରେ ଲୋକାଲ ଟ୍ରେନ ଓ ମେଟ୍ରୋ ଅଟକିବା ପରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ମୁମ୍ବାଇ ଟାଉନସିପରେ ଥିବା ବିଦ୍ୟୁତ୍ ଯୋଗାଣ କମ୍ପାନି ବେଷ୍ଟ (ବେଷ୍ଟ) କହିଛି ଯେ, ବିଦ୍ୟୁତ୍ ଯୋଗାଣ କରୁଥିବା କାରଖାନାର ଗ୍ରୀଡ୍ ଫେଲ ମାରିବାରୁବିଦ୍ୟୁତ ସେବା ଠପ୍ ହୋଇଛି। ମୁମ୍ବାଇର ପୂର୍ବ, ପଶ୍ଚିମ, ଉପାନ୍ତ ତଥା ଥାଣେର କିଛି ଅଂଶରେ ବିଦ୍ୟୁତ ସେବା ଠପ୍ ହୋଇଛି।

indiatoday

ବିଦ୍ୟୁତ ଯୋଗାଣକୁ ପୁନଃ ଆରମ୍ଭ କରିବାକୁ ଉଦ୍ୟମ କରାଯାଉଛି | ଆଠ ଘଣ୍ଟା ପର୍ଯ୍ୟନ୍ତ ଡିଜେଲର ପର୍ଯ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବିଏମସି କମିଶନର ଆଇଏସ୍ ଚହଲ ଡାକ୍ତରଖାନାକୁ ସେମାନଙ୍କ ଏସଡବ୍ଲୁଏମ ପରିବହନ ଗ୍ୟାରେଜ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦ୍ବାରା ଡାକ୍ତରଖାନାଗୁଡ଼ିକରେ ବିଶେଷ ଭାବରେ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହେବ ନାହିଁ। ଏହା ସହ ଗ୍ରୀଡ ବିଫଳ ହେବା ପରେ କିଛି ଟ୍ରେନକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିବା ନେଇ ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଛି। ବିଦ୍ୟୁତ ସେବା ଠପ୍ ହେବାର ପ୍ରଭାବ ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପଡ଼ିନଥିବା ନେଇ ବିମାନବନ୍ଦର ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର