ବିସ୍ଫୋରଣ: ୨୦ ମୃତ

କାବୁଲ: ଆଜି ଆଫଗାନିସ୍ତାନର ନଙ୍ଗରହରର ଅଞ୍ଚଳରେ ଇଦ ଉତ୍ସବ ପାଳନ ବେଳେ କାର୍‌ ବୋମା ବିସ୍ଫୋରଣରେ ଅନ୍ୟୁନ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। କୌଣସି ଆତଙ୍କବାଦୀ ସଂଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରି ନାହାନ୍ତି। ମୃତକଙ୍କ ମଧ୍ୟରେ କିଛି ତାଲିବାନ୍‌ ଆତଙ୍କବାଦୀ ମଧ୍ୟ ଥିବା ଜଣାପଡ଼ିଛି। ତୋରଖାମ-ଜଲ୍ଲାବଦ ଅଞ୍ଚଳରେ ଆଜି ରକେଟ ଲଞ୍ଚର ଯୋଗେ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀ ସଂଗଠନ ତାଲିବାନ ଇଦ୍‌ ଅବସରରେ ୩ ଦିନିଆ ଅସ୍ତ୍ରବିରତି ଘୋଷଣା କରିଛି। ତାଲିବାନ୍‌ ଓ ଆଫଗାନିସ୍ତାନ ସେନା ପକ୍ଷରୁ ଆଜି ମିଳିତ ଭାବେ ଇଦ୍‌ ଉତ୍ସବ ପାଳନ କରାଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା।

ସମ୍ବନ୍ଧିତ ଖବର