ବୋମା ବିସ୍ଫୋରଣରେ ଥରିଲା ଇସ୍ତାନବୁଲ: ଜଣେ ମୃତ, ବହୁ ‌ଆହତ

ଇସ୍ତାନବୁଲ: ଥରିଲା ଇସ୍ତାନବୁଲ। ଆଜି ଦିନ ସମୟରେ ଇସ୍ତାନବୁଲରେ ହୋଇଥିବା ବୋମା ବିସ୍ଫୋରଣରେ ଇସ୍ତାନବୁଲ ଥରି ଉଠିଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ଜଣକର ମୃତ୍ୟୁ ହୋଇଥିବା ବେ‌ଳେ ବହୁ ଲୋକ ଆହତ ହୋଇଥିବା ସ୍ଥାନୀୟ ରାଜ୍ୟପାଳ କହିଛନ୍ତି।

ବିସ୍ଫୋରଣ ସମୟର ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଲୋକମାନେ ରାସ୍ତାରେ ଚାଲି ଚାଲି ଆଗକୁ ବଢ଼ୁଥିବା ବେଳେ ସାମ୍ନାରେ ହଠାତ ଜୋରରେ ଶବ୍ଦ କରି ବିସ୍ଫୋରଣ ଘଟୁଛି। ଏହା ଦେଖି ଲୋକେ ଆଗକୁ ନବଢ଼ି ପଛକୁ ଫେରି ଆସୁଛନ୍ତି। ନିକଟସ୍ଥ କାସୀମ୍ପସା ପୁଲିସ ଷ୍ଟେସନ ପକ୍ଷରୁ କୁହାଯାଇଛି ଯେ ସମସ୍ତ କର୍ମଚାରୀ ଘଟଣାସ୍ଥଳରେ ଅଛନ୍ତି। କିନ୍ତୁ ଅଧିକ ବିବରଣୀ ଏପର୍ଯ୍ୟନ୍ତ ପୁଲିସ ଦେଇନାହିଁ। ଘଟଣା ପରେ ସ୍ଥାନୀୟ ମିଡିଆ ସେୟାର କରିଥିବା ଫୁଟେଜରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଟ୍ରକ୍ ଥିବା ଦେଖାଯାଇଛି।

ଟାକ୍ସିମ ଅଞ୍ଚଳରେ ଦିନ ପ୍ରାୟ ୪.୨୦ରେ ଏହି ବିସ୍ଫୋରଣ ଘଟିଛି ବୋଲି ରାଜ୍ୟପାଳ ଅଲି ୟେରଲିକାୟା ଟ୍ୱିଟ କରିଛନ୍ତି।

ସମ୍ବନ୍ଧିତ ଖବର