ଚୀନ ରାସାୟନିକ କାରଖାନାରେ ବିସ୍ଫୋରଣ

ମଙ୍ଗଳବାର ଦିନ ଚୀନର ପୂର୍ବ ଶାଣ୍ଡୋଙ୍ଗ ପ୍ରଦେଶରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣଟି ଏତେ ପ୍ରଚଣ୍ଡ ଥିଲା ଯେ ତାହାର ଶବ୍ଦ ଓ ନିଆଁ ବହୁଦୂରକୁ ଦେଖାଯାଇଥିଲା । ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର ମିଳିନାହିଁ।

cn

ବେଜିଂ: ମଙ୍ଗଳବାର ଦିନ ଚୀନର ପୂର୍ବ ଶାଣ୍ଡୋଙ୍ଗ ପ୍ରଦେଶରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣଟି ଏତେ ପ୍ରଚଣ୍ଡ ଥିଲା ଯେ ତାହାର ଶବ୍ଦ ଓ ନିଆଁ ବହୁଦୂରକୁ ଦେଖାଯାଇଥିଲା । ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର ମିଳିନାହିଁ।

ଚୀନର ସରକାରୀ ସମାଚାର ଏଜେନ୍ସି ସିନହୁଆ ରିପୋର୍ଟ କରିଛି ଯେ ବିସ୍ଫୋରଣ ପରେ ଗାଓମି ସହରର ପ୍ଲାଣ୍ଟକୁ ଉଦ୍ଧାର କର୍ମୀଙ୍କ ଦଳ ପଠାଯାଇଥିଲା। ବିସ୍ଫୋରଣ ଖବର ମିଳିବା ପରଠାରୁ ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ  ସ୍ଥିତିର ତଦାରଖ କରୁଛି । ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର ମିଳିନାହିଁ।

ବିସ୍ଫୋରଣ ପରେ, ସ୍ଥାନୀୟ ଅଗ୍ନିଶମ ଏବଂ ଉଦ୍ଧାର ସେବା ଘଟଣାସ୍ଥଳକୁ ୫୫ଟି ଗାଡ଼ି ଏବଂ ୨୩୨ ଜଣ କର୍ମଚାରୀଙ୍କୁ ପଠାଇଥିଲା। ବିସ୍ଫୋରଣ ସ୍ଥାନରୁ ପ୍ରାୟ ୩.୫ କିଲୋମିଟର (୨.୨ ମାଇଲ) ଦୂରରେ ଥିବା ଜଣେ ହୋଟେଲ କର୍ମଚାରୀ କହିଛନ୍ତି ଯେ ସେ ଏକ ଜୋରରେ ବିସ୍ଫୋରଣ ଶୁଣିଥିଲେ।

ଆପଣଙ୍କୁ କହି ରଖୁଛୁ ଯେ ପୂର୍ବରୁ ୨୦୧୫ ମସିହାରେ ଉତ୍ତର-ପୂର୍ବ ସହର ତିଆନଜିନରେ ଏକ ରାସାୟନିକ ଗୋଦାମରେ ଅନେକ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ବାୟୁରେ ବିଷାକ୍ତ ଧୂଆଁ ବ୍ୟାପି ଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe