ଗାଜିଆବାଦ: ଗାଜିଆବାଦର ମୋଦୀନଗର ତହସିଲ ଅଂଚଳରେ ଥିବା ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ଅପରାହ୍ନରେ ହୋଇଥିବା ଏହି ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଆଖପାଖର ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏନ୍ଡିଆର୍ଏଫ୍, ପୁଲିସ ଟିମ୍ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି। ଏହି କାରଖାନାରେ ବୋମା ତିଆରି କାମ ଚାଲିଥିଲା ଏବଂ ଘଟଣା ବେଳେ ପ୍ରାୟ ୩୦ ଜଣ କାମ କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଲଗାତାର ବିସ୍ଫୋରଣ ଯୋଗୁଁ କାରଖାନା ଧ୍ବସ୍ତ ହୋଇଯାଇଛି। ବିସ୍ଫୋରଣ ଲଗାତାର ହେବାରୁ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଥିଲା। ଏହି ବେଆଇନ ବାଣ କାରଖାନା ପ୍ରାୟ ୫ ବର୍ଷ ଧରି ଚାଲିଥିଲା ବୋଲି ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି।
ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ
/sambad/media/post_attachments/wp-content/uploads/2020/06/dead-East-ldho-news.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)