ଚଣ୍ଡିଗଡ଼: ବାଣ କାରଖାନାରେ ବିସ୍ଫୋରଣ । ଭୟଙ୍କର ବିସ୍ଫୋରଣ ଜଳିପୋଡ଼ି ଛାରଖାର ହେଲା ବାଣ କାରଖାନା । ଏହି ବିସ୍ଫୋରଣରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ୨୯ରୁ ଅଧିର ଶ୍ରମିକ ଗୁରୁତର ହୋଇଥିବା ଖବର ଆସୁଛି । ପଞ୍ଜାବ ମୁକ୍ତସର ସାହିବ ଜିଲ୍ଲାରେ ଏବି ବଡ଼ ବିସ୍ଫୋରଣ ହୋଇଛି । ଯାହା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି ।

Advertisment

ତେବେ ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ହୋଇଥିବା ବେଳେ ବିସ୍ଫୋରଣରେ ଛାରଖାର ହୋଇଯାଇଛି ବାଣ କାରଖାନା । ରାତି ଗୋଟାଏ ବେଳେ ଏହି ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ବିସ୍ଫୋରଣ ପରେ ଘରର ଛାତ ଭୁଶୁଡ଼ି ପଡ଼ିଛି । ଛାତର ଭଗ୍ନାବଶେଷ ତଳେ ଅନେକ ଶ୍ରମିକ ପୋତି ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଆଉ ଘଟଣାସ୍ଥଳରେ ଉଦ୍ଧାର କାମ ମଧ୍ୟ ଜାରି ରହିଛି । ବାଣ କାରଖାନାରେ ପ୍ରାୟ ୫୦ ଜଣ ଶ୍ରମିକ କାମ କରୁଥିଲେ । କାରଖାନାଟି ହରିୟାଣା ସୀମାରେ ଥିବାରୁ ଅନେକ ଦାଦନ ଶ୍ରମିକ ଏଠାରେ କାମ କରୁଥିଲେ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।