ଲାକ୍ଷାଦ୍ୱୀପ ନିକଟରେ ମର୍ସକ୍ ମାଲବାହୀ ଜାହାଜରେ ବିସ୍ଫୋରଣ; ୨୩ ଉଦ୍ଧାର ନିଖୋଜ ନାବିକଙ୍କୁ ଖୋଜା ଚାଲିଛି
ମୁମ୍ବାଇ: ଲାକ୍ଷାଦ୍ୱୀପ ନିକଟରେ ବୁଧବାର ଦିନ ମର୍ସକ୍ ମାଲବାହୀ ଜାହାଜରେ ବିସ୍ଫୋରଣ ପରେ ନିଅାଁ ଲାଗିଯାଇଛି। ସେଥିରେ ଥିବା ୨୭ ଜଣ ନାବିକଙ୍କ ମଧ୍ୟରୁ ୨୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିରୁଦ୍ଦେଶ ହୋଇଥବା ବାକି ଚାରି ଜଣ ଲୋକମାନଙ୍କୁ ଖୋଜା ଚାଲିଛି। ଜାହାଜରେ ୧୩ ଜଣ ଭାରତୀୟ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଲାକ୍ଷାଦ୍ୱୀପର ଅଗତ୍ତି ଠାରୁ ୩୪୦ ନଟିକାଲ୍ ମାଇଲ୍ ଦୂରସ୍ଥ ଆରବ ସାଗର ମଧ୍ୟରେ ବିସ୍ଫୋରଣ ହୋଇଥିଲା। ଇଣ୍ଡିଆନ୍ କୋଷ୍ଟ୍ ଗାର୍ଡ ଏବଂ ମେରିଟାଇମ୍ ରେସ୍କ୍ୟୁ କୋଅର୍ଡିନେଟର୍ ସେଣ୍ଟର୍ଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି।
୩୩୦ ମିଟର ଲମ୍ବା ମର୍ସକ୍ ହୋନାମ୍ ସୁଏଜ୍ରୁ ସିଙ୍ଗାପୁର ଯିବା ବାଟରେ ସେଥିରେ ନିଅାଁ ଲାଗି ଯାଇଥିଲା। ଜାହାଜର ମୁଖ୍ୟ ଡେକ୍ରେ ଲାଗିଥିବା ଏହି ନିଅାଁ ୨୫ ମିଟର୍ ଉଚ୍ଚ ଯାଏଁ ଉଠିଥିଲା।
ବିସ୍ଫୋରଣ ପରେ ନିଅାଁ ଲାଗିଯାଇଥିବା କହି ତୁରନ୍ତ ସାହାଯ୍ୟ ଲୋଡ଼ିଥିଲା ସେ ଜାହାଜ।
ନିଅାଁ ଧରିଯିବାରୁ ନାବିକମାନେ ସେ ଜାହାଜ ଛାଡ଼ି ଚାଲି ଯାଇଥିଲେ। ଦୁର୍ଘଟନା ସମ୍ପର୍କରେ ଖବର ପାଇ ତତ୍କ୍ଷଣାତ୍ ମୁମ୍ବାଇସ୍ଥିତ ମେରାଇନ୍ ରେସ୍କ୍ୟୁ କୋଅର୍ଡିନେସନ୍ ସେଣ୍ଟର୍ ସେ ଅଞ୍ଚଳରେ ଥିବା ସମସ୍ତ ବଣିଜ ପୋତଗୁଡ଼ିକୁ ସାଟେଲାଇଟ୍ ଆଧାରିତ ଯୋଗାଯୋଗ ନେଟ୍ଓ୍ଵାର୍କ ‘ଇଣ୍ଟର୍ନେସ୍ନାଲ୍ ସେଫ୍ଟି ନେଟ୍’ ଜରିଆରେ ସତର୍କ କରାଇ ଦେଇଥିଲେ।