ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଶାନ୍ତ ବିହାରର ଥିବା ପିଭିଆର ମଲ୍ଟିପ୍ଲେକ୍ସ ନିକଟରେ ଥିବା ଏକ ଲୋକପ୍ରିୟ ମିଠା ଦୋକାନରେ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ପୁଲିସ୍ ସୂଚନା ଦେଇଛି। ବିସ୍ଫୋରଣସ୍ଥଳୀରୁ ଧଳା ପାଉଡର ପରି କିଛି ପଦାର୍ଥ ମିଳିଛି।
ସଂପୃକ୍ତ ଅଞ୍ଚଳରେ ଥିବା ପ୍ରସିଦ୍ଧ ମିଠା ଦୋକାନ ବାନସି ୱାଲା ନିକଟସ୍ଥ ଏକ ପାର୍କର ସୀମାସ୍ଥ କାନ୍ଥ ନିକଟରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ବିସ୍ଫୋରଣର କାରଣ ସମ୍ପର୍କରେ ଜାଣିବା ପାଇଁ ପୁଲିସ ଅଧିକାରୀ ତଦନ୍ତ ଜାରି ରଖିଛନ୍ତି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ସକାଳ ୧୧.୪୮ ସମୟରେ ବିସ୍ଫୋରଣ ସମ୍ପର୍କରେ ଏକ କଲ ଆସିଥିଲା। କଲ୍ ପାଇବା ପରେ ଘଟଣାସ୍ଥଳରେ ୪ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି। ବିସ୍ଫୋରଣକୁ ନେଇ ତଦନ୍ତ କିରିବା ପୁଲିସ୍ ଆରମ୍ଭ କରିଦେଇଛି। ଏହି ବିସ୍ଫୋରଣ କିଏ, କେଉଁ କାରଣରୁ କରିଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/28/nwtbiDvvU2a9Uq7lBkLZ.jpg)