କାବୁଲ : ଆଫଗାନିସ୍ତାନର ବଦଖଶାନ ପ୍ରଦେଶର ଗଭର୍ଣ୍ଣରଙ୍କ ଅନ୍ତିମ ସଂସ୍କାର ବେଳେ ବିସ୍ଫୋରଣ ଘଟି ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବଦଖଶାନ ପ୍ରଦେଶର ଗଭର୍ଣ୍ଣର ମଲାୱି ନିସାର ଅହମଦ ଅହମଦିଙ୍କୁ ଗତକାଲି ବୋମାମାଡ଼ କରି ହତ୍ୟା କରାଯାଇଥିଲା। ଆଜି ଅହମଦିଙ୍କର ଅନ୍ତିମ ସଂସ୍କାର ଚାଲିଥିବା ବେଳେ ବଦଖଶାନ ପ୍ରଦେଶର ରଜାଧାନୀ ଫୈଜାବାଦାରେ ବିସ୍ଫୋରଣ ହୋଇଥିଲା। ରିପୋର୍ଟ ଅନୁଯାୟୀ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଲୋକେ ପ୍ରାର୍ଥନା କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ବାଗଲାନ ପୁଲିସର ପୂର୍ବତନ କମାଣ୍ଡର ସୈଫୁଲ୍ଲା ସାମିମ ମଧ୍ୟ ଏଥିରେ ନିହତ ହୋଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp