ଆଫଗାନିସ୍ତାନ : ନିର୍ବାଚନୀ ସଭା ବେଳେ ପ୍ରଚଣ୍ଡ ବିସ୍ଫୋରଣ, ୧୩ ମୃତ

କାବୁଲ : ଆଫଗାନିସ୍ଥାନରେ ଆଜି ଅନୁଷ୍ଠିତ ଏକ ନିର୍ବାଚନୀ ପ୍ରଚାର ସଭାରେ ଆତ୍ମଘାତି ବୋମା ବିସ୍ଫୋରଣ ହେବାରୁ ପ୍ରାୟ ୧୩ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୩୦ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି । ମଙ୍ଗଳବାରଦିନ ଆଫଗାନିସ୍ଥାନର ପୂର୍ବାଞ୍ଚଳରେ ଥିବା ନଙ୍ଗରହାର ରାଜ୍ୟର କାମା ଜିଲ୍ଲାରେ ସ୍ଥାନୀୟ ନେତା ଅବଦୁଲ ନାସିର ମୋମାନ୍ଦ ଆଗାମୀ ୨୦ ତାରିଖରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପାଇଁ ଏକ ର‍୍ୟାଲି କରୁଥିବାବେଳେ ଏହି ଆତ୍ମଘାତି ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ତୁରନ୍ତ ୧୩ ଜଣ ନିହତ ହୋଇଥିବାବେଳେ ପ୍ରାୟ ୩୦ରୁ ଅଧିକ ଆହତ ହୋଇଛନ୍ତି ବୋଲି ନଙ୍ଗରହାର ରାଜ୍ୟର ଗଭର୍ଣ୍ଣରଙ୍କ ମୁଖପାତ୍ର ଆତଉଲ୍ଲା ଖୋଗେନି କହିଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି, କାରଣ ଆହତଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏହି ସଭାରେ ପ୍ରାୟ ୨୫୦ ଜଣ ଯୋଗ ଦେଇଥିଲେ । ତେବେ କୌଣସି ଆତଙ୍କବାଦୀ ସଂଗଠନ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ନିଜକୁ ଦାୟୀ କରିନାହାନ୍ତି ।

ସମ୍ବନ୍ଧିତ ଖବର