ଚର୍ଚ୍ଚରେ ବିସ୍ଫୋରଣ, ୨୭ ମୃତ

ମାନିଲା: ଦକ୍ଷିଣ ଫିଲିପାଇନ୍ସର ଏକ ଚର୍ଚ୍ଚ‌୍‌ରେ ଆଜି ଦୁଇ ଥର ବୋମା ବିସ୍ଫୋରଣ ଯୋଗୁଁ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ସୁଲୁ ଦ୍ବୀପା‌ଞ୍ଚଳ ପ୍ରଦେଶର ଜୋଲ ସ୍ଥିତ କ୍ୟାଥେଡ୍ରାଲ୍‌ରେ ପ୍ରଥମ ବୋମା ବିସ୍ଫୋରଣ ହୋଇଥିବା‌ବେଳେ ଚର୍ଚ୍ଚ‌୍ ବାହାରେ କାର୍‌ ପାର୍କିଂସ୍ଥଳ ନିକଟରେ ଦ୍ବିତୀୟ ବୋମା ବିସ୍ଫୋରଣ ହୋଇଥି‌ଲା। ନିହତଙ୍କ ମଧ୍ୟରେ ସାଧାରଣ ନାଗରିକଙ୍କ ସମେତ ବହୁ ସୈନିକ ମଧ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର