କାବୁଲ : ପୁଣି ରକ୍ତରଞ୍ଜିତ ହୋଇଛି ଆଫଗାନିସ୍ଥାନ ରାଜଧାନୀ କାବୁଲ । ସହରର ଏକ ବାଳିକା ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଆତଙ୍କବାଦୀ ବୋମା ବିସ୍ଫୋରଣରେ ଅତି କମରେ ୨୫ ଜଣ ନିହତ ହୋଇଛନ୍ତି ଓ ୧୨ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଛୋଟ ପିଲା ଥିବା ଜଣାଯ଼ାଇଛି ।
ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ତାରିକ୍ ଆରିଆନ କହିଛନ୍ତି ଯ଼େ କାବୁଲର ସିହା ବହୁଳ ଦସ୍ତ ଏ ବାର୍ଚି ଇଲାକାରେ ଥିବା ସୟଦ ଅଲ ସାହଦା ସ୍କୁଲର ଫାଟକ ନିକଟରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯ଼େ ଆଖପାଖରେ ଥିବା ଦୋକାନ ଓ ଅଫିସଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ।
ଏହି ବିସ୍ଫୋରଣକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯ଼ାଉଥିଲେ ବି ତାଲିବାନ ଏହି ଘଟଣାକୁ ନିନ୍ଦା କରିବା ସହ ଏଥିରେ ନିଜର ଭୂମିକାକୁ ଅସ୍ବୀକାର କରିଛି । ତେବେ ଏହି ଆକ୍ରମଣ ପଛରେ ଆଫଗାନ ଇସ୍ଲାମିକ ଷ୍ଟେଟ୍ ଥିବା ସଂଦେହ କରାଯ଼ାଉଛି । ଇସ୍ଲାମିକ ଷ୍ଟେଟ ପକ୍ଷରୁ ଅତୀତରେ ସିହାମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯ଼ିବାର ନଜିର ରହିଛି ।