କାନପୁର : ଉତ୍ତରପ୍ରଦେଶର କାନପୁରସ୍ଥିତ ମିଶ୍ରି ବଜାର ଅଞ୍ଚଳରେ ଏକ ସଂଦିଗ୍ଧ ବିସ୍ଫୋରଣ ହୋଇଛି ।  ଏହି ବିସ୍ଫୋରଣରେ ଜଣେ ମହିଳାଙ୍କ ସହ ଆଠ ଜଣ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନା ପଠାଯାଇଛି। ବିସ୍ଫୋରଣର କାରଣ ସଂପର୍କରେ ତଦନ୍ତ ପାଇଁ ଏକ ଫୋରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚିଛି।

Advertisment

କିନ୍ତୁ ଏହା ଏକ ବୋମା ବିସ୍ଫୋରଣ କି ଅନ୍ୟ କୌଣସି ବିସ୍ଫୋରଣ ତାହା ସ୍ପଷ୍ଟ ହୋଇନାହିଁ । କେତେକ ଲୋକଙ୍କ ମତରେ ଘରେ ରଖାଯାଇଥିବା ଏକ ସିଲିଣ୍ଡର ବିସ୍ଫୋରଣ ହେବା ପରେ ଏହି ଘଟଣା ଘଟିଛି । ଆଉ କେତେକ ଲୋକଙ୍କ ମତରେ ସ୍କୁଟରରେ ବାଣ ରଖାଯାଇଥିଲା । ଏହି ବିସ୍ଫୋରଣ ଯୋଗୁଁ ନିକଟସ୍ଥ ଏକ ଫୋଟକା ଦୋକାନରେ ନିଆଁ ଲାଗିଥିଲା, ଯାହା ଫଳରେ ଆହତ ହୋଇଛନ୍ତି। କାନପୁର ପୁଲିସ କମିସନର ରଘୁବୀର ଲାଲ ଏବଂ ଯୁଗ୍ମ ପୁଲିସ କମିସନର ଆଶୁତୋଷ କୁମାର ଘଟଣାସ୍ଥଳରେ ପହଞ୍ଚିଛନ୍ତି। 

ପୁଲିସ କମିସନର କହିଛନ୍ତି ଯେ ଏହି ଘଟଣାରେ ୮ ଜଣ ଆହତ ହୋଇଛନ୍ତି, କିନ୍ତୁ କାହାର ମୃତ୍ୟୁ ଘଟିନାହିଁ । ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ତେବେ ଲୋକମାନେ ଗୁଜବ ପ୍ରତି ଧ୍ୟାନ ନ ଦେବାକୁ ସେ ନିବେଦନ କରିଛନ୍ତି ।