ଲସ୍ ଆଞ୍ଜେଲସ୍: ଆମେରିକାର ଲସ୍ ଆଞ୍ଜେଲସ୍ରେ ଏକ ବୋମା ବିସ୍ଫୋରଣରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ପୁଲିସ କର୍ମଚାରୀ ବୋଲି ଜଣାପଡ଼ିଛି । ଘଟଣାଟି ଲସ୍ ଆଞ୍ଜେଲସ୍ କାଉଣ୍ଟି ସେରିଫ ଟ୍ରେନିଂ ଫାଲିସିଟି ( ପୁଲିସ ଟ୍ରେନିଂ କେନ୍ଦ୍ର)ରେ ହୋଇଥିବା ଜଣାଯାଇଛି ।
ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ ଶୁକ୍ରବାର ଭାରତୀୟ ସମୟ ରାତି ପ୍ରାୟ ୯ଟା ସମୟରେ ଏହି ଘଟଣା ଲସ୍ ଆଞ୍ଜେଲସ୍ କାଉଣ୍ଟି ସେରିଫ୍ ବିଭାଗର ତାଲିମ କେନ୍ଦ୍ରରେ ଘଟିଥିଲା। ଏଠାରେ ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବିସ୍ଫୋରଣଟି ବମ ସ୍କ୍ବାଡj ଗାଡ଼ି ନିକଟରେ ହୋଇଥିଲା। ବର୍ତ୍ତମାନ, ଏହି ଘଟଣାକୁ ଏକ ଦୁର୍ଘଟଣା ଭାବରେ ତଦନ୍ତ କରାଯାଉଛି ଏବଂ ପୋଲିସ ବିସ୍ଫୋରଣର କାରଣ ଖୋଜିବାକୁ ଚେଷ୍ଟା କରୁଛି। ଦୁର୍ଘଟଣାଟି ଆମେରିକା ସମୟ ସକାଳ ପ୍ରାୟ ୭:୩୦ ସମୟରେ ଘଟିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ତିନି ଜଣ ପୁଲିସ କର୍ମୀ ବମ୍ ସ୍କ୍ୱାଡ୍ର ସଦସ୍ୟ ଥିଲେ। ୟୁଏସ ଆଟର୍ଣ୍ଣି ଜେନେରାଲ ପାମ ବଣ୍ଡି ମଧ୍ୟ ଏହି ଘଟଣାକୁ ସ୍ବୀକାର କରିଛନ୍ତି । ଏହି ବିସ୍ଫୋରଣ ପରେ ଘଟଣାସ୍ଥଳରେ ଏଫବିଆଇ, ବମ ସ୍କ୍ବାଡ ଓ ବିସ୍ଫୋରକ ତଦନ୍ତକାରୀ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।